କେସିଙ୍ଗା ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତ ଦାନ ଶିବିର, ୧୧୪ ୟୁନିଟ ରକ୍ତ ସଂଗୃହୀତ 

ଓଡିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଓଡିଶା ପ୍ରାନ୍ତୀୟ ମାରଓ୍ବାଡି ଯୁବା ମଞ୍ଚ ସହାୟତାରେ ମାରଓ୍ବାଡି ଯୁବା ମଞ୍ଚ କେସିଙ୍ଗା ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର ସ୍ଥାନୀୟ ଜୈନ୍ ଭବନରେ ଅନୁଷ୍ଠିତ ହୋଇଯାଇଛି ହୋଇଯାଇଛି। ଓଡ଼ିଶା ପ୍ରାନ୍ତୀୟ ମାରଓ୍ବାଡି ମଞ୍ଚ ତରଫରୁ ଚଳିତ ମାସ ୧୧ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଆଠ ଦିନ ଧରି ସାରା ରାଜ୍ୟରେ ୨୫୦ ଗୋଟି କ୍ୟାମ୍ପ କରି ସର୍ବମୋଟ ୧୦୬ ଶାଖାରେ ୧୧୧୧୧ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସକାଳ ୯ ଘଣ୍ଟା ସମୟରୁ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସର୍ବ ମୋଟ ୧୧୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଆଜିର ଏହି ରକ୍ତଦାନ ଶିବିରକୁ କେସିଙ୍ଗା ଥାନା ପ୍ରଭାରୀ ସ୍ନିଗ୍ଧାରାଣୀ ସୁନା, କେସିଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ସୁଭାଷ ଚନ୍ଦ୍ର ବେହେରା ଓ ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି ଶୁଭାରମ୍ଭ କରିଥିଲେ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଯୁବାମଞ୍ଚ ତରଫରୁ ବିଭିନ୍ନ ସୁବିଧା ଯୋଗାଇ ଦିଆ ଯାଇ ଥିଲା । ଭବାନୀପାଟଣା ବ୍ଲାଡ ବ୍ୟାଙ୍କରୁ ସ୍ଵତନ୍ତ୍ର ତିନି ଜଣିଆ ଟିମ୍ ଆସି ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ । ୫ ଜଣ ମହିଳା ମଧ୍ୟ ରକ୍ତ ଦାନ କରି ଏହି ମହତ୍ କାମରେ ନିଜର ଉପସ୍ଥିତି ଜାହିର କରିଥିଲେ । ଶେଷରେ ମାରଓ୍ବାଡି ବାଡ଼ି ଯୁବା ମଞ୍ଚ କେସିଙ୍ଗା ଶାଖା ସଭାପତି ବିବେକ ଜୈନ୍ ଏବଂ ସମ୍ପାଦକ ଅଙ୍କିତ ଗୁପ୍ତାଙ୍କ ସମେତ ନିର୍ମଳ ଗୁପ୍ତା, ସୁବୁଦ୍ଧି ଜୈନ୍, ସୁରେଶ ଗୋଏଲ, ବିକାଶ ଜୈନ୍, ପିଙ୍କୁ ପରିଡ଼ା, ଅରୁଣ ଅଗ୍ରୱାଲ ପ୍ରମୁଖ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.