ସର୍ଗିଗୁଡା ପଞ୍ଚାୟତ ସ୍ତରୀୟ ଆଦିବାସୀ ସଂଘ ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗୀଗୁଡ଼ା ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ନୂତନ ଆଦିବାସୀ ସଂଘ ଗଠିତ ହୋଇଯାଇଛି | ଏହି ବୈଠକରେ ଆଦିବାସୀ ସଂଘର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଂପାଦକ ଲକ୍ଷଣ ଭୋଇ, ନର୍ଲା ବ୍ଳକ୍ ଆଦିବାସୀ ସଂଘ ର ଉପ ସଭାପତି ବୀରକିଶୋର ମାଝୀ ନର୍ଲା ବ୍ଳକ୍ ଆଦିବାସୀ ସଂଘ ର ସଂପାଦକ ମାୟାଧର ମାଝୀ, ବୀରକମଳ ମଇଦାନ ଅସୁରଗଡର ସଭାପତି ଅମର ସିଂ ମାଝୀ, କନ୍ଧ ସମାଜର ସଭାପତି ଅନ୍ତରାମ ମାଝୀ, ରଣଜିତ ମାଝୀ, ଦେବରାଜ ମାଝୀ ଛବି ମାଝୀ ଓ ଆଦିବାସୀ ସଂଘର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରଥମେ ଗ୍ରାମଦେବୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆଦିବାସୀ ସଂଘର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ସ୍ୱଗାତ ଭାଷଣ ପ୍ରଦାନ ସହିତ ସାଙ୍ଗଠନିକ ଆଲୋଚନା କରିଥିଲେ । ଆଦିବାସୀ ସଂଘରେ ଶୃଙ୍ଖଳା ବଜାୟ ରଖିବା ସହିତ ସଂଘର ଅଭିବୃଦ୍ଧି ନେଇ ଆଲୋଚନା କରାଯାଇଥିଲା । ଏହାପରେ ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ପାଇଁ ଆଦିବାସୀ ସଂଘର ନୂତନ କମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସର୍ଵ ସମ୍ମତି କ୍ରମେ ସଭାପତି ଭାବରେ କାଂହୁ ମାଝୀ, ଉପସଭାପତି ଭାବରେ ବୁଦେଲପଦର ଗ୍ରାମର କୃଷ୍ଣ ମାଝୀ, ଉପସଭାନେତ୍ରୀ ଭାବରେ ଜନନୀ ମାଝୀ, ସମ୍ପାଦକ ଭାବରେ ନାରାୟଣ ମାଝୀ, ସହ ସମ୍ପାଦକ ଦିନ ମାଝୀ, କୋଷାଧ୍ୟକ୍ଷ ଭାବରେ ଗୌର ମାଝୀ, ସଂଯୋଜକ ଭାବରେ ଯଦୁ ମାଝୀ ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ ୮ ଜଣ ସଦସ୍ୟ/ସଦସ୍ୟାଙ୍କୁ କମିଟିରେ ରଖାଯାଇଛି। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ଅଗସ୍ତି ମାଝୀ, ବସନ୍ତ ମାଝୀ, ଆଲତ ମାଝୀ ଓ ସଞ୍ଜୁ ମାଝୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିବା ଜଣାପଡିଛି । ବ୍ଲକ ସଭାପତି ତଥା ବରିଷ୍ଠ କର୍ମକର୍ତ୍ତାମାନେ ସର୍ଗିଗୁଡା ଆଦିବାସୀ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ୱଗାତ କରିଥିବା ବେଳେ ବ୍ଲକ ଆଦିବାସୀ ସଂଘ ଉପସଭାପତି ବୀରକିଶୋର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.