ପାକିସ୍ତାନର ଭେନ୍ୟୁ ପରିବର୍ତନ ଅନୁରୋଧକୁ ଖାରଜ କଲେ ଆଇସିସି, ବିସିସିଆଇ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ପାକିସ୍ତାନ ୨ଟି ଲିଗ ମ୍ୟାଚର ଭେନ୍ୟୁ ବଦଳାଇବା ପାଇଁ ଅନୁରୋଧ କରିଥିଲା । ତେବେ ଆଇସିସି ଓ ବିସିସିଆଇ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଅକ୍ଟୋବର ୨୦ରେ ବାଙ୍ଗାଲୋରରେ ଭାରତ-ଅଷ୍ଟ୍ରେଲିଆ ଓ ୨୩ରେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ନିର୍ଦ୍ଧାରିତ ହୋଇଛି । ପାକସ୍ତାନ ବାଙ୍ଗାଲୋରରେ ଆଫଗାନିସ୍ତାନ ଓ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବାକୁ ଚାହୁଁଥିଲା । ଆଇସିସିକୁ ବିସିସିଆଇ ବିଶ୍ୱକପ କାର୍ଯ୍ୟସୂଚୀର ଡ୍ରାଫ୍ଟ ପଠାଇ ସାରିଥିବାରୁ ଏହାକୁ ବଦଳାଇବା ସମ୍ଭବ ନୁହେଁ ବୋଲି କୁହାଯାଇଛି । ଅବଶ୍ୟ ଆଇସିସି ଏହି କାର୍ଯ୍ୟସୂଚୀକୁ ଚୂଡାନ୍ତ କରି ନାହିଁ । ସୂଚନାଯୋଗ୍ୟ, କେବଳ ସୁରକ୍ଷା ଦୃଷ୍ଟି କୋଣରୁ ଆଇସିସି ଭେନ୍ୟୁ ପରିବର୍ତନ କରିବା ନେଇ ଅନୁମତି ପ୍ରଦାନ କରିଥାଏ । ୨୦୧୬ ଟି୨୦ ବିଶ୍ୱକପରେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ-ପାକିସ୍ତାନ ମ୍ୟାଚ ଧର୍ମଶାଳା ବଦଳରେ କୋଲକାତାରେ କରାଯାଇଥିଲା । ପିସିବି କରିଥିବା ଅନୁରୋଧରେ ସୁରକ୍ଷା ସମ୍ପର୍କୀତ କୌଣସି ତଥ୍ୟ ରହି ନ ଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.