ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ସାକ୍ଷାତ କଲେ ବିଜେପି ନର୍ଲା ମଣ୍ଡଳ କାର୍ଯ୍ୟକର୍ତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧିଦଳ ନେତା ତଥା ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କୁ ଭବାନୀପାଟଣାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଜେପି ନର୍ଲା ମଣ୍ଡଳର କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦ । ବିଧାୟକ ଶ୍ରୀ ନାଏକ ଦୀର୍ଘଦିନ ଧରି କରୋନାରେ ପିଡିତ ହୋଇ ପ୍ରଥମେ ଭୁବନେଶ୍ୱର ଓ ପରେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ । ସେ ସଂପୂର୍ଣ୍ଣ ସୁସ୍ଥ ହୋଇ‌ କିଛି ଦିନ ତଳେ ଦିଲ୍ଲୀରୁ ଜନ୍ମମାଟି କଳାହାଣ୍ଡିକୁ ଫେରି ଆସିଛନ୍ତି । ଏହାପରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତିି । ଏହି କ୍ରମରେ ନର୍ଲା ମଣ୍ଡଳ ବିଜେପି ସଭାନେତ୍ରୀ ପ୍ରଣତି ମହାନନ୍ଦ, ବରିଷ୍ଠ ବିଜେପି ନେତା ପର୍ଶୁରାମ ପଣ୍ଡା, ମନ୍ମୟ ଚାନ୍ଦ, ସରୋଜ ବୁଦ୍ଧିଆ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ସମେତ ଅଜିତ ନାଏକ, ହୃଷିକେଶ ବୁଦ୍ଧିଆ, ଜଗନ୍ନାଥ ଗଉଡ, ପ୍ରମୋଦ କୁମାର ସେଠୀ ପ୍ରମୁଖ ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ସାକ୍ଷାତ କରି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଶ୍ରୀ ନାଏକ ନର୍ଲା ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ କାର୍ଯ୍ୟଧାରା ସମ୍ପର୍କରେ ପଚାରି ବୁଝିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.