ଅଭିମାନୀ ଲକ୍ଷ୍ମୀ ଜଗନ୍ନାଥଙ୍କ ରଥ ଭାଙ୍ଗିଲେ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ମହାଲକ୍ଷ୍ମୀ ନିଜର ଅଭିମାନକୁ ବ୍ୟକ୍ତ କରି ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ବିଳମ୍ବିତ ରାତି ଭାଙ୍ଗିଥିବା ଦୃଶ୍ୟକୁ ଶହ ଶହ ମହିଳା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଉପସ୍ଥିତ ରହି ବେଶ ଉପଭୋଗ କରିଥିଲେ। ବଡ ଦେଉଳରୁ ମହାଲକ୍ଷ୍ମୀ ଏକ ବିମାନରେ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଂଚିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଲକ୍ଷ୍ମୀଙ୍କର ବକ୍ତବ୍ୟକୁ ମହାଲକ୍ଷ୍ମୀଙ୍କ ପକ୍ଷରୁ ନଗେନ୍ଦ୍ରନାଥ ସାହୁ ଉପସ୍ଥାପନ କରି ଆଷାଢ଼ ଶୁକ୍ଳ ରାଗରେ ଜଗନ୍ନାଥଙ୍କୁ ତିରସ୍କାର କରିଥିଲେ। ପରେ ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ଲଳିତ କୁମାର ପଣ୍ଡାଙ୍କୁ ରଥରେ ବାନ୍ଧିବା ପାଇଁ ମହାଲକ୍ଷ୍ମୀ ନିର୍ଦ୍ଦେଶ ଦେଇଥିଲେ। ତେବେ ଲକ୍ଷ୍ମୀ ଓ ଜଗନ୍ନାଥ କଳିକୁ ବାଲୁକେଶ୍ଵର ମହାଦେବଙ୍କ ବିଜେ ପ୍ରତିମା ଉପସ୍ଥିତ ରହି ଉଭୟଙ୍କ ଝଗଡାକୁ ପ୍ରଶମିତ କରିଥିଲେ। ଏ ଉପଲକ୍ଷେ ସୁନ୍ଦର ଓଡିଶୀ ନୃତ୍ୟ ଓ ଭଜନ ପରିବେଷଣକୁ ଜଗନ୍ନାଥପ୍ରେମୀ ଭକ୍ତମାନେ ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.