ରାୟଗଡାରେ ପଂହଚିଲା ୨୪୦୦ଗୋଟି ଇଭିଏମ’ର ଭିଭିପାଟ୍ ମେସିନ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ସରକାର ସଜବାଜ ହେଉଥିବା ଜଣାପଡୁଛି । ସୋମବାର ରାୟଗଡାରେ ୨୪୦୦ଗୋଟି ଭିଭିପାଟ୍ ମେସିନ୍ ରାୟଗଡାରେ ଆସି ପଂହଚିଛି । ଏଗୁଡିକ ହାଇଦ୍ରାବାଦ ସ୍ଥିତ ଇସିଆଇଏଲ ନାମକ ଭିଭିପାଟ ନିର୍ମାଣ କମ୍ପାନୀ ଠାରୁ ସିଧାସଳଖ ରାୟଗଡା ଠାରେ ପଂହଚିଥିବା ଜଣାପଡିଛି । ଆଜି ଜିଲ୍ଳାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀ  ସ୍ୱଧାଦେବ ସିଂ ଜିଲ୍ଳାସ୍ତରୀୟ ଇଭିଏମ ଓ ଭିଭିପାଟ୍ ମେସିନ୍ ମାଲ ଗୋଦାମ ଠାରେ ପଂହଚି ୫ଟି ଷ୍ଟ୍ରଙ୍ଗରୁମ୍ ଗୁଡିକରେ ରଖାଯାଇଥିବା କଂଟ୍ରୋଲ ୟୁନିଟ୍‌, ବାଲେଟ୍ ୟୁନିଟ ଏବଂ ଭିଭିପାଟ୍ ମେସିନଗୁଡିକର ତଦାରଖ କରିଥିଲେ । ଡେପୁଟି କଲେକ୍ଟର (ନିର୍ବାଚନ) ନାରାୟଣ ମିଶ୍ର , ଉପଜିଲ୍ଳାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଭୀମସେନ୍ ଶବରଙ୍କ ସମେତ ନିର୍ବାଚନ ସେକ୍ସନର ଅନ୍ୟ ଅଧିକାରୀ, ବିଜେଡି ଦଳର ପ୍ରତିନିଧି ତଥା ଜିଲ୍ଳା ବିଜୁ ଯୁବ ଜନତା ଦଳ ସଭାପତି ଦେବାଶିଷ ଖାଡଙ୍ଗା, କଂଗ୍ରେସର ଜିଲ୍ଳା ସଂପାଦକ ଶଙ୍ର୍କଷଣ ମଙ୍ଗରାଜ, ବିଜେପିର କେ.ଅଶ୍ୱିନୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମ ପର୍ଯ୍ୟାୟରେ ରାୟଗଡାକୁ ୨୪୦୦ଟି ଭିଭିପାଟ ମେସିନ ପଂହଚିଥିବା ବେଳେ ଗତ ମାର୍ଚ୍ଚ ମାସରେ ୨୩୦୦ ଲେଖାଁଏ କଂଟ୍ରୋଲ ୟୁନିଟ୍ ଏବଂ ବାଲେଟ୍ ୟୁନିଟ୍ ପଂହଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ଇଂଜିନିୟରମାନଙ୍କ ଦ୍ୱାରା ଏହାର ଯାଂଚ କରାଯିବ ବୋଲି ଡେପୁଟି କଲେକ୍ଟର ଶ୍ରୀ ନାୟକ ପ୍ରକାଶ କରିଛନ୍ତି । କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଏହି ମେସିନଗୁଡିକକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।

Udyog Nursery
Udyogi Nursery

ପ୍ରକାଶ ଥାଉ କି, କୋରାପୁଟ ଲୋକସଭା କ୍ଷେତ୍ରର ରାୟଗଡା ଜିଲ୍ଳାର ଗୁଣପୁର ନିର୍ବାଚନ ମଣ୍ଡଳିରେ ୨ଲକ୍ଷ ୧୬ହଜାର ୨୬୫ ଜଣ ଭୋଟର ରହିଥିବା ବେଳେ ବିଷମକଟକ ନିର୍ବାଚନ ମଣ୍ଡଳିରେ ୨ ଲକ୍ଷ ୨୫ ହଜାର ୯୦୯ ଜଣ ଏବଂ ରାୟଗଡା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୪୬ହଜାର ୫୫ଜଣ ସର୍ବମୋଟ ୬ଲକ୍ଷ ୮୮ହଜାର ୨୨୯ଜଣ ଭୋଟର ରହିଛନ୍ତି । ସେହିପରି ଗୁଣପୁର ନିର୍ବାଚନ ମଣ୍ଡଳିରେ ୨୮୪ଗୋଟି ବୁଥ୍ ରହିଥିବା ବେଳେ ବିଷମକଟକରେ ୨୮୯ ଏବଂ ରାୟଗଡାରେ ୨୯୮ଟି ବୁଥ୍ ରହିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.