ଚେନ୍ନାଇରେ ଦାଦନ ଶ୍ରମିକ ଅଟକ ଘଟଣା: ପୁଲିସ ଉଦ୍ୟମରେ ଗାଁକୁ ଫେରିଲେ ହେଲେ ଅଟକ ଦାଦନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେଗଡା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ ମାଲିକଙ୍କ ଦ୍ଵାରା ନିର୍ଯାତନା ଶିକାର ହେଉଥିବା ନେଇ ଏକ ଭିଡ଼ିଓ ଜରିଆରେ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଖବର ପ୍ରକାଶ ପାଇଥିଲା। ତେବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ନେତୃତ୍ୱରେ ଶ୍ରମିକଙ୍କ ପରିବାର ଲୋକେ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କୁ ଗୁରୁବାର ସାକ୍ଷାତ କରି ସହଯୋଗ କାମନା କରିଥିଲେ।ଏଥିରେ ଥାନା ଅଧିକାରୀ ତାମିଲନାଡୁ ପୁଲିସ ସହ ଯୋଗାଯୋଗ କରି ୬ ଜଣ ଯୁବକଙ୍କୁ ଉଦ୍ଧାର ବ୍ୟବସ୍ଥା କରେଇଥିଲେ। ଶନିବାର ୬ ଜଣ ଯୁବକ ନିଜ ଗାଁକୁ ଫେରି ଆସିଥିବା ଜଣା ପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ ଭୁଏରମୁଣ୍ଡା ଗ୍ରାମର ଦିନବନ୍ଧୁସାହୁ (୨୨), ଶକ୍ତି ସାହୁ(୧୯), ସମୀର ସାହୁ(୧୮), ଅମୀର ସାହୁ(୧୯), ତୁମେଶ୍ୱର ସାହୁ(୧୮) ଓ ସମୀର ସାହୁ(୨୧) ଗତ ମଇ ମାସରେ ତାମିଲନାଡୁ ରାଜ୍ୟ ଚେନ୍ନାଇ ସହରର ଟିଇସି ନାମକ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ ନିର୍ଯ୍ୟାତିତ ହେଉଥିବା ନେଇ ଭିଡିଓ ମାଧ୍ୟମରେ ଜଣାଇବା ପରେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିଲା। ତେବେ ସେମାନେ ଘରକୁ ଫେରିବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.