ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରସନ୍ନ ବାଗଙ୍କ ସଭାପତିତ୍ୱରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେଁପୁର ସରପଞ୍ଚ ବିଳାସ ଦୁର୍ଗା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ସାଗରଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମନୋଜ କୁମାର ମହାନ୍ତ, ବିଷ୍ଣୁ ମୋହନ ପରିଡା, ଚୂଲେଶ୍ୱର ନାଏକ, ମନବୋଧ ଯାନୀ, ରମାକାନ୍ତ ଗହୀର, ରବି ବାଗ, ରଘୁନାଥ ମିଶ୍ର, ସୁବ୍ରତ କୁମାର ମିଶ୍ର, ସେହେନାଜ୍ ଖାତୁନ୍, ନାଜ୍ନିନ୍ ଜାମଲ୍, ଆଦି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମାଜସେବୀ ବିଶି ଦୁର୍ଗା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।