ବିଶାଳ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସୋନପୁର କଲେଜରେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ମୋ ସରକାର ଆମ ପୋଲିସ ମାଧ୍ୟମ ରେ ଆଗାମୀ ଅଗଷ୍ଟ ୪ ତାରିଖ ଦିନ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରିବା ସକାଶେ ସୋନପୁର କଲେଜରେ ଏକ ପ୍ରସ୍ତୁତି ବୈଠକ ଓ ମୋଟିଭେସନ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ରକ୍ତ ଦାନର ଉପକାରିତା, ରକ୍ତ ଦାନ ପ୍ରତି ସଚେତନତା ତଥା ରକ୍ତ ଦାନ ମାନବ ସେବା ପ୍ରତି ଯୁବ ପିଢ଼ିଙ୍କୁ କିପରି ଅଧିକରୁ ଅଧିକ ଆଗ୍ରହ ବୃଦ୍ଧି କରା ଯାଇ ପାରିବ ସେ ବିଷୟରେ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସାମାଜିକ ସଂଗଠନ ଓ ରକ୍ତ ଦାତାଙ୍କୁ କିପରି ସାମିଲ କରା ଯାଇ ପାରିବ ଓ ନୂତନ ରକ୍ତ ଦାତା ଆଗେଇ ଆସିବାକୁ ନିବେଦନ କରିଛନ୍ତି । ଏହି ବିଶାଳ ରକ୍ତ ଦାନ ଶିବିର ଆୟୋଜନ କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପୁଷ୍ପାଞ୍ଜଳୀ ନୀଙ୍ଗି, ଟାଉନ ଥାନା ପୋଲିସ ଅଧିକାରୀ ପଦ୍ମ।ସିନି ମେହେର କଲେଜର ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ, ଏନସିସି ଲେଫ୍ଟନେଣ୍ଟ ଆଶିଷ କୁମାର ଅଗ୍ରୱାଲ, ଯୁବ ରେଡକ୍ରସର ଅଧ୍ୟାପକ ଉମାକାନ୍ତ ନାଗ, ସୌରଭ ଖମାରୀ ଅନନ୍ତ ନାରାୟଣ ଦାସ, ଧୀରେନ୍ଦ୍ର ମିଶ୍ର, ନିରୁପମା ରଥ, ଅରବିନ୍ଦ ସାହୁ, ଡ ଇତିଶ୍ରୀ, ଆରତୀ ମୁଣ୍ଡା, ଚନ୍ଦ୍ରକାନ୍ତି ବିଶ୍ବାଳ ତଥା କଲେଜର ଅନ୍ୟାନ୍ୟ କର୍ମଚାରୀ ଓ ଏନସିସି ଓ ଅନ୍ୟ ବିଭାଗରେ ଶତାଧିକ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.