ରାୟଗଡା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଡ଼ାରି ବ୍ଲକ କଦମା ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ପଞ୍ଚାୟତ ସଭାଗୃହ ଠାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ତଥା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଡା. ଲାଲମୋହନ ରାଉତରାୟ, ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣପୁର ଆଦିବାସୀ ଉନ୍ନୟନ ସସ୍ଥା, ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l ଆଜି ମୋଟ ୬୪ଟି ଅଭିଯୋଗ ଆସିଥିଲା | ସେଥି ମଧ୍ୟରୁ ୪୬ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ୬୦ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ । ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତିନି ଜଣଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ୩୦ ହଜାର ଟଙ୍କା ଓ ଜଣଙ୍କୁ ରେଡ଼କ୍ରସରୁ ସାତ ହଜାର ଟଙ୍କା ଆର୍ଥିକ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu


ଏହି ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ଗୁଡ଼ାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଅନିଶା ଦାସ, ତହସିଲଦାର ଭାରତୀ ଦେବୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ. ସନ୍ତୋଷ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ, ଗୁଡ଼ାରି ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜିର ଅଭିଯୋଗ ମଧ୍ୟରେ ଗୁଡିକରେ ବିଶେଷ କରି ରାସ୍ତା, ପାନୀୟ ଜଳ, ବିଦ୍ୟୁତିକରଣ, ଘରବାରି ପଟ୍ଟା ପ୍ରଦାନ, କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ନିମନ୍ତେ ଦରଖାସ୍ତ ଆସିଥିବା ଜଣା ପଡ଼ିଥିଲା । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କଦମା ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ପ୍ରମୁଖ ପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.