ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଦର୍ଲିପଡାଠାରେ ସୋମବାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ କୋଠା ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ପୂଜାକର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ମା’ ଗଙ୍ଗାମାୟୀ ସାଂସ୍କୃତିକ ଅନୁଷ୍ଠାନର ଆନୁକୂଲ୍ୟରେ ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲାl ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନ ମଣିଷ କୁ ସୁନ୍ଦର ଭାବରେ ଗଢି ତୋଳି ଥାଏ, ଏବଂ ଶିକ୍ଷା ହିଁ ପଥ ପ୍ରଦର୍ଶନ କରିଥାଏ । ଆଉ ଏହି ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ତ୍ୟାଗ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ ବୋଲି ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣେଇଥିଲେl ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ସମିତି ସଭ୍ୟା ପାର୍ବତୀ ବାଗ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ ପ୍ରମୁଖ ମଞ୍ଚାସିନ ହୋଇ ଏହି ଶିକ୍ଷାନୁଷ୍ଠାନ କୁ ସୁନ୍ଦର ଭାବରେ ଗଢିତୋଳିବା ପାଇଁ ସମସ୍ତ ଙ୍କ ଅବଦାନ ରହିବ ବୋଲି ବକ୍ତବ୍ୟ ରଖିଥିଲେ l ୧୯୯୭ରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ବହୁ ଘାତ ପ୍ରତିଘାତ ଦେଇ ପୁରୁଣା ଉପ୍ରା ବିଦ୍ୟାଳୟ ରୁ ଆରମ୍ଭ ହୋଇ ପରେ କଲୋନୀ ପଡା କ୍ଲବରେ ଚାଲି ୨ ହଜାର ମସିହାରୁ ଜଣେ ବଦାନ୍ୟ ବ୍ୟକ୍ତି ଙ୍କ ଭୂମିଦାନ ଯୋଗୁଁ ଚାଲୁ ରହିଥିଲା l ୨୦୦୭ରେ ସ୍ୱୀକୃତି ପ୍ରାପ୍ତ ଏହି ବିଦ୍ୟାଳୟ ବର୍ତ୍ତମାନ ‘୫ଟି’ ରେ ସାମିଲ ହେବାରୁ ପର୍ଯ୍ୟାପ୍ତ ଭିତିଭୂମି ନ ଥିବାରୁ ବର୍ତ୍ତମାନ ଗ୍ରାମର ବୁଦ୍ଧିଜୀବୀ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଓ ଭୂମିଦାନ ଯୋଗୁଁ ନବକଳେବର ରୂପ ନେବ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ ଖେଳି ଯାଇଛି। ଆଜିର ଏହି ସାଧାରଣ ସଭାକୁ ଖଗେଶ୍ୱର ପାଣିଗ୍ରାହୀ ପରିଚାଳନା କରିଥିଲେ।