ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ କାର୍ଯ୍ୟରତ ଗ୍ରାମ ପଞ୍ଚାୟତ ଅଧିକାରୀ ସାଇପ୍ରେମ ପଣ୍ଡା(୪୧)ଙ୍କ ପରଲୋକ ହୋଇଛି । ଗତ ଜୁଲାଇ ମାସରେ ଜୁନାଗଡ଼ ବ୍ଲକରୁ ବଦଳୀ ହୋଇ ନର୍ଲାକୁ ଆସି ଘୋଡ଼ାବନ୍ଧ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗଦାନ କରୁଥିଲେ । ଦୀର୍ଘ ଦିନରୁ ଲିଭର ଜନିତ ସମସ୍ୟାରେ ପୀଡିତ ଥିଲେ । ଚିକିତ୍ସା ପାଇଁ ନିୟମିତ ଭାବରେ ବିଶାଖାପାଟଣା ଯାଉଥିଲେ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହୁଥିବାରୁ ଘୋଡାବନ୍ଧ ଗ୍ରାମ ପଞ୍ଚାୟତରୁ ଦାୟୀତ୍ୱ ମୁକ୍ତ କରାଯାଇ ତାଙ୍କୁ ବ୍ଲକରେ ଦାୟୀତ୍ୱ ଦିଆଯାଇଥିଲା । ଆଜି ସକାଳେ ତାଙ୍କ ଦେହ ବେଶୀ ଖରାପ ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କୁ ତାଙ୍କ ନିଜ ଗାଁ ଦେପୁର ଅଣାଯାଇ ସେଠାରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ଜଣାପଡିଛି । ସ୍ବର୍ଗତ ଶ୍ରୀ ପଣ୍ଡାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପରିବାରର ସେ ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଶ୍ରୀ ପଣ୍ଡାଙ୍କ ନିଧନ ଖବର ପାଇବା ପରେ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଚାଲୁଥିବା “ଆମ ଓଡ଼ିଶା ନବୀନ ଓଡିଶା” ପ୍ରସ୍ତୁତି ବୈଠକରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ନମ୍ରତା ସାହୁ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ଜିପିଓ କ୍ଷିତିଶ ଚନ୍ଦ୍ର ନାଏକ, ନର୍ଲା ବ୍ଲକ ଅଧିନସ୍ଥ ପିଇଓ ବୃନ୍ଦ, ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟ ସଦସ୍ୟା ପ୍ରମୁଖ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.