ସାହିତ୍ୟିକ କବି ବନ୍ଧୁ ପରିବାରର ମାସିକ ଗଳ୍ପ ଆସର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ମାସିକ ଗଳ୍ପ ଆସର ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ସୁଶିକ୍ଷାବିତ୍ ରତିନାରାୟଣ ରାଉତ ଓମକାର ନାଦଧ୍ବନି ସହ ମଙ୍ଗଳାଚରଣରେ ସମସ୍ତଙ୍କୁ ଶୁଭାଭିନନ୍ଦନ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱ ସହ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।ଏଭଳି ଭାବପୂର୍ଣ୍ଣ ପରିବେଶକୁ କେହି ହାତଛଡା କରିବା ଉଚିତ ନୁହେଁ ବୋଲି ତେଲେଙ୍ଗାନାର ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଭାବବିହ୍ବଳ ହୋଇ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ରମାକାନ୍ତ ବେହେରା ଗଳ୍ପ ଲେଖିବାର ଶୈଳୀ, ପ୍ରକାର, ବିଭାଗ ଉପରେ ପ୍ରାଞ୍ଜଳ ବର୍ଣ୍ଣନା କରିଥିଲେ ତିନୋଟି ଗଳ୍ପ ମାଧ୍ୟମରେ। ରଞ୍ଜନ କୁମାର ମହାନ୍ତି, ଯୁବ ସମ୍ପାଦକ ହୃଦୟ ରଞ୍ଜନ ପରିଡା ଉପସ୍ଥାପନା ଓ ଗଳ୍ପ ସଂଯୋଜନା କରିଥିଲେ । ପ୍ରଶାନ୍ତ କୁମାର ରାଉଳ, ସ୍ନେହ ମିଶ୍ର, ହୃଦୟ ରଞ୍ଜନ ପରିଡା, ରଞ୍ଜନ କୁମାର ମହାନ୍ତି, ଅର୍ଜୁନ କୁମାର ସାମଲ, ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ରୀତା ଅପରାଜିତା ମହାନ୍ତି, ବିପିନ ବିହାରୀ ବାରିକ ଇତ୍ୟାଦି ଗାଳ୍ପିକ ଗାଳ୍ପିକାମାନେ ଗଳ୍ପ ପାଠ କରିଥିବା ବେଳେ ମୁଖ୍ୟ ଅତିଥି ସମସ୍ତ ଗଳ୍ପକୁ ସମୀକ୍ଷା କରିଥିଲେ। ଉକ୍ତ ଗଳ୍ପ ଆସରରେ ରାଜ୍ୟର ତଥା ରାଜ୍ୟ ବାହାରର ୩୬ରୁ ଉର୍ଦ୍ଧ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରିଥିଲେ । ଗଳ୍ପ ଆସରର ଅନ୍ତିମ ପର୍ଯ୍ୟାୟରେ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ନିବେଦନ କରିଥିବା ବେଳେ ସମ୍ପାଦିକା ପ୍ରଣତି ମହାପାତ୍ର ଜନକଲ୍ୟାଣ ମନ୍ତ୍ର ପାଠ କରିବା ସହ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ସଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ସଭାସାଙ୍ଗ ଘୋଷଣା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.