ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ ଗଠିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁଙ୍କ ପ୍ରାଙ୍ଗଣରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ୱେବ ମିଡ଼ିଆ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l  ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ଵେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ପ୍ରଥମେ ଜିଲ୍ଲାର ୱେବ ମିଡ଼ିଆ ସାମ୍ବାଦିକ ମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା ପରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଥିଲା l ସର୍ବ ସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ପିତାମ୍ବର ମହାପାତ୍ର, ଉପସଭାପତି ଭାବେ ରାଜେନ୍ଦ୍ର କୁମାର ପଧାନ, ସୁଦାମ ମେହେର, ଉମାକାନ୍ତ ବାଘ, ସମ୍ପାଦକ ଭାବେ ସହଦେବ ମେହେର, ସହ-ସମ୍ପାଦକ ଭାବେ ଶରତ ମହାପାତ୍ର, ଅବକାଶ ବିଦ୍ୟାଧର ମଣ୍ଟୁ ମନ୍ତ୍ରା ଓ ଗୁରୁଦେବ, ସହ କୋଷାଧକ୍ଷ ଭାବେ ସଞ୍ଜୟ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି। ସେହିପରି ଭାବେ କମିଟିର ଉପଦେଷ୍ଟା ଭାବେ ତୀର୍ଥବାସି ପଣ୍ଡା, ରାଜେଶ କୁମାର ସେଠି, ପ୍ରକାଶ ଚନ୍ଦ୍ର ଵେବର୍ତ୍ତା, ଆଶୁତୋଷ ପୂଝାରୀ, ମନରଂଜନ ପାଣିଗ୍ରାହୀ ରହିଥିବା ବେଳେ ସଂଘର ଯୋଗାଯୋଗ ଓ ସୂଚନା ପ୍ରଭାରୀ ଭାବେ ସୁଶାନ୍ତ ସାହୁଙ୍କୁ ଚୟନ କରାଯାଇଥିଲା । ଏହି ସଭାରେ ରାଜେନ୍ଦ୍ର ବାଘ, ଆଦିତ୍ୟ ପୁରୋହିତ, ସରୋଜ ପଧାନ, ରାମଭକତ ଷଡ଼ଙ୍ଗୀ, ଲେଖରାଜ ସାଗର, ରାମଶଙ୍କର ସାମନ୍ତରାୟ, ସର୍ଜନ ପାଣ୍ଡେ, ମାନଭଞ୍ଜନ ପୂଝାରୀଙ୍କ ସହ ସମଗ୍ର ଜିଲ୍ଲାରୁ ଚାଳିଶ ଜଣ ୱେବ ମିଡ଼ିଆ ସାମ୍ବାଦିକ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.