ଓଡିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ !

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ଗୁଣପୁର ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତ ଶ୍ରୀକାକୁଲମ ଜିଲା ଭାମିନି ମଣ୍ଡଳରେ ମହାବଳ ବାଘ ଚଳ ପ୍ରଚଳ ହେଉଥିବା ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ଉଭୟ ରାଜ୍ୟର ଗ୍ରାମ ଗୁଡିକରେ ଆତଙ୍କ ଖେଳିଯାଇଛି। ଭାଇରଲ ଭିଡିଓ ରେ ଗୋଟିଏ ମହାବଳ ବାଘ ରାସ୍ତା ଉପରେ ଚାଲିକରି ଯିବା ଦେଖାଯାଉଛି। ଏହି ସମ୍ପର୍କରେ ଆନ୍ଧ୍ର ଓଡିଶା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଖବର ପାଇବା ପରେ ଶ୍ରୀକାକଲମ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଉକ୍ତ ଅଞ୍ଚଳ ପରିଦର୍ଶନ କରି ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ଗ୍ରାମବାସୀ ଆଖିରେ ଦେଖିନାହାଁନ୍ତି, କିନ୍ତୁ କେତକ ଅଞ୍ଚଳରେ ବାଘର ପାଦ ଚିହ୍ନ ପଡିଥିବା ଠାବ କରାଯାଇଛି ବୋଲି ଭାମିନି ମଣ୍ଡଳର ଫରେଷ୍ଟର ରାମାରାଓ କହିଛନ୍ତି। ଏହାପରେ ଭାମିନି ମଣ୍ଡଳ ତହସିଲଦାର ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ଏବଂ ଗୃହପାଳିତ ପଶୁମାନଙ୍କୁ ନଛାଡିବାକୁ ସତର୍କ କରି ଧେଣ୍ଡୁରା ଓ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଅପର ପକ୍ଷରେ ଏହି ସମ୍ପର୍କରେ ଗୁଣପୁର ଡେପୁଟି ରେଂଜର ନୀଳ ମାଧବ ପାଢ଼ୀ କହିଛନ୍ତିଯେ ମହାବଳ ବାଘ ଆନ୍ଧ୍ରରେ ରହିଥିବା ଭିଡିଓ ଭାଇରାଲ ହେଉଛି। ଓଡିଶାପଟେ କୌଣସି ବିପଦ ନାହିଁ। ସୀମାନ୍ତରେ ପ୍ରତିଦିନ ଯାଞ୍ଚ କରାଯାଉଛି ବୋଲି ସୂଚନା ଦେଇଛନ୍ତି। ଏହିଭଳି ଖବରର ସତ୍ୟା ସତ୍ୟ ଉପରେ ଆନ୍ଧ୍ର ଅଫିସରଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛିଛି ବୋଲି ଡେପୁଟି ରେଂଜର ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.