ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପ୍ରଗତି ଶିକ୍ଷାନୁଷ୍ଠାନ ତରଫରୁ ପ୍ରଭାତ ଫେରି ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଭବାନୀପାଟଣା ସହରସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ପ୍ରଭାତ ଫେରି ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଗୋପବନ୍ଧୁ ବେହେରା, ଅନ୍ୟାନ୍ୟ  ଅତିଥିମାନଙ୍କ ମଧ୍ୟରେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା, ଭବେନ୍ଦ୍ର ପଣ୍ଡା, ଜଗନ୍ନାଥ ପ୍ରସାଦ ମୁଣ୍ଡ, ଡ. କ୍ରିଷ୍ଣା ଅବତାର ସିଂହଦେଓ, କାଦିର ଖାନ, ରଞ୍ଜିତ ସିଂହ, ପ୍ରଗତି ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଅଧ୍ୟକ୍ଷ ଚିନ୍ମୟ ଗୁରୁ, ଶେଷଦେଵ ମୁଣ୍ଡ ପ୍ରମୁଖ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ସାତ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଭାତ ଫେରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍ଥାନୀୟ କଲେଜ ଛକ, ମାଣିକେଶ୍ୱରୀ ଛକ, ଟାଉନ ହଲ ସମ୍ମୁଖ, ଷ୍ଟେଚ୍ୟୁ ଚକ, ମାଣିକେଶ୍ୱରୀ ମନ୍ଦିର ସମ୍ମୁଖ ଏବଂ ଗାନ୍ଧୀ ଛକଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏହି ଅଭିଯାନ ସମ୍ପକରେ ସଚେତନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସଫେଇ ବିଭାଗରେ କାର୍ଯ୍ୟ କରୁଥିବା ହେମନ୍ତ ନାଏକ, ରାଜେନ୍ଦ୍ର ପାତ୍ର, ଗଣେଶ ଦୀପ, ଶଙ୍କର ନାଏକ, ଖଗେଶ୍ୱର ନାଏକ, ଗୋଲାପ ବେହେରା, ନୀଳାଞ୍ଚଳ ବନଛୋର, ଗୋଲାପୀ ଦେଇ, ସାବିତ୍ରୀ ନାଏକ, ଶୋଭାଗିନୀ ଦେଇ, ସୂର୍ଯ୍ୟକାନ୍ତି ଦେଇ, ଦେବେନ ନାଏକ, ନରସିଂହ ନାଏକ, କିଶୋର ସୁନାନୀ, ଖଗେଶ୍ୱର ସୁନା, ନନ୍ଦକିଶୋର ବେହେରା, କମଳା ସୁନା, ନଳିନୀ ସୁନା, ଝରଣା ସୁନା, କ୍ଷୀର ସୁନାନୀ, ଉର୍ମିଳା ବେହେରା ପ୍ରମୁଖ କର୍ମଚାରୀଙ୍କୁ ଉପଢୌକନ ସହ ସମ୍ମାନିତ କରାଯାଇଥିଲା।

Udyog Nursery
Udyogi Nursery

କାର୍ଯ୍ୟକ୍ରମ ଶେଷରେ ପ୍ରଗତି ଡିଗ୍ରୀ କଲେଜର ଏନଏସଏସ ଓ ରେଡ଼କ୍ରସର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।  ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଦ୍ୟାସାଗର ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଗତି କଲେଜ ମୁଖ୍ୟ ଅଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.