ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ କୁଷ୍ମାଣ୍ଡା ବେଶ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠ ରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ବୁଧବାର ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଭୈରଵୀ ବେଶ ରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିର ରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ତୃତୀୟ ଦିବସ ରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀ ଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ୬ ଟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ଆଜି କୁଷ୍ମାଣ୍ଡl ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସହର ର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିର ରେ ମଧ୍ୟ ନବରାତ୍ର ର ଚତୁର୍ଥ ଦିନ ରେ ଆଜି ମା’ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି କୂଷ୍ମାଣ୍ଡା ବେଶରେ l ତେବେ ତାଙ୍କ କୂଷ୍ମାଣ୍ଡା ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ସଂପର୍କରେ ଆସନ୍ତୁ ଆଜି ଜାଣିବା କିଛି କଥା l ସୁରାସମ୍ପୂର୍ଣ୍ଣକଳଶଂ ରୁଧିରାପ୍ଲୁତମେବ ଚ ।
ଦଧନା ହସ୍ତପଦ୍ମାଭ୍ୟାଂ କୂଷ୍ମାଣ୍ଡା ଶୁଭଦାସ୍ତୁ ମେ । ମାତା ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପର ନାମ କୂଷ୍ମାଣ୍ଡା । ନିଜର ମନ୍ଦହାସ ଦ୍ୱାରା ଅଣ୍ଡ ଅର୍ଥାତ୍ ବ୍ରହ୍ମାଣ୍ଡକୁ ଉତ୍ପନ୍ନ କରିଥିବା କାରଣରୁ ମାତାଙ୍କୁ କୂଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ଯେତେବେଳେ ସୃଷ୍ଟିର କୌଣସି ଅସ୍ତିତ୍ୱ ନଥିଲା, ଚତୁର୍ଦ୍ଦିଗରେ କେବଳ ଅନ୍ଧକାର ହିଁ ପରିବ୍ୟାପ୍ତ ହୋଇ ରହିଥିଲା, ସେତେବେଳେ ଏହି ଦେବୀ ନିଜର ଇଷତ୍ ହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡ ରଚନା କରିଥିଲେ । ତେଣୁ ଏହି ମାତା ହିଁ ସୃଷ୍ଟିର ଆଦି-ସ୍ୱରୂପା ଆଦି ଶକ୍ତି ଅଟନ୍ତି । ତାଙ୍କ ପୂର୍ବରୁ ବ୍ରହ୍ମାଣ୍ଡର କୌଣସି ଅସ୍ତିତ୍ୱ ନଥିଲା l ସେପଟେ ସହର ର ଥନାପତି ପଡା ରେ ମଧ୍ୟ ମା ଙ୍କ ନବରାତ୍ରୀ ପୂଜା ଧୁମଧାମ ରେ ଚାଲିଥିବା ବେଳେ ଆଜି ୧୮ ତାରିଖ ବୁଧବାର ରାତି ଓଡିଶା ର ପ୍ରଖ୍ୟାତ ଗୀତିକାର ଅଭିଜିତ ମଜୁମଦାର ଙ୍କ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି l