ହରଗୌରୀ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ପ୍ରବଳ ଭିଡ଼

ଓଡ଼ିଆ ବାର୍ତ୍ତା/ ସୋନପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଢ଼େରlପଡା ର ପ୍ରସିଦ୍ଧ ହରଗୌରୀ ଯାତ୍ରା ରେ ପ୍ରତିଦିନ ହରଗୌରୀ ଙ୍କ ଠାରେ ତେଲୁଗୁ ରୀତିନୀତି ଅନୁଯାୟୀ ପୂଜାପାଠ ଚାଲିଛି। ରାୟଗଡ଼ା ଜିଲ୍ଲା ଗୁମୁଡା ରୁ ଆସିଥିବା ତେଲୁଗୁ ପାନ୍ତୁଲୁ ଏ. ଦୁର୍ଗାପ୍ରସାଦ ଙ୍କ ସମସ୍ତ ପୂଜାବିଧି ନିର୍ବାହ ହେଉଥିବା ବେଳେ ଆଜି ର ରୁଦ୍ରାଭିଷେକ ରେ କର୍ତ୍ତା ଭାବରେ ବି.ସତ୍ୟନାରାୟଣ ରାଓ ଏବଂ କେ. ସୁଦର୍ଶନ ପାତ୍ର ସପତ୍ନୀକ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଆଜି ଯାତ୍ରା ର ପଞ୍ଚମ ଦିବସ ସଂଧ୍ୟାରେ ହରଗୈ।ରୀଙ୍କୁ ନଗର ପରିକ୍ରମା କରାଇ ଉଭୟ ଦେବଦମ୍ପତିଙ୍କୁ ଏକ ମଞ୍ଚ ଉପରେ ବସାଇ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ସମସ୍ତ ଙ୍କ ଘରେ ପ୍ରସ୍ତୁତ କୁଡୁମୁଲ୍ଲୁ ନାମକ ଏକ ସ୍ଵାଦିଷ୍ଟ ମଣ୍ଡା ହରଗୈ।ରୀ ଙ୍କ ଠାରେ ଲାଗି ହୋଇଛି। ପରଂମ୍ପରା ଅନୁଯାୟୀ ହରଗୈ।ରୀଙ୍କଠାରେ ପ୍ରତିଦିନ ବିଭିନ୍ନ ଘରେ ପ୍ରସ୍ତୁତି ବିଭିନ୍ନ ପିଠାପଣା ଲାଗି କରାଯାଏ l ଗତ କାଲି ଯାତ୍ରା ର ଚତୁର୍ଥ ଦିବସ ସଂlସ୍କୃତିକ ସନ୍ଧ୍ୟା ରେ ସୋନପୁର ର ପଏଁରୀ ଓ ବାଲାଙ୍ଗୀର ର ପଞ୍ଚମ ଅନୁଷ୍ଠାନ ଦ୍ୱାରା ଲୋକ କଳା ଲୋକ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଯାତ୍ରା ର ସଂlସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସଂସ୍କୃତି ଗବେଷକ ଗଦାଧର ବାରିକ, ଯୁବ ନେତା ଅରବିନ୍ଦ ବାରିକ ଯୋଗ ଦେଇ କଳାକାର ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ଆଜି ପଞ୍ଚମ ଦିନ ର ସଂlସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରାପ୍ତି ଆଚାର୍ଯ୍ୟ ଙ୍କ ଦ୍ୱାରା ପରାୟଣ ସଂଗୀତ ପରିବେଷଣ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ ), କବି ଆର୍ତ୍ତ ତ୍ରାଣ ବାବୁ, ଯୁବ ଉଦ୍ୟୋଗୀ ଜୟ ସା, ମାର୍ଚେଣ୍ଟ ସଂଘ ସମ୍ପାଦକ ରାମକୃଷ୍ଣ ମେହେର, ଯୋଗ ଦେଇ ସୋନପୁର ରେ ଏହି ତେଲଗୁ ସମ୍ପ୍ରଦାୟ ର ଯାତ୍ରା ଏକ ଅନନ୍ୟ ବୋଲି କହିଥିଲେ l ଉଭୟ ଦିବସ ର ସଭାକୁ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ସଂଯୋଜନା କରିଥିବା ବେଳେ ଯାତ୍ରା କମିଟି ର ଜନ୍ମଞ୍ଜୟ ପାତ୍ର, ଆନନ୍ଦ ପାତ୍ର, ସତ୍ୟ ନାରାୟଣ ରାଓ, ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ l ପଞ୍ଚମ ଦିବସ ର ପରାୟଣ କାର୍ଯ୍ୟକ୍ରମ କୁ ହଜାର ହଜାର ମହିଳା ଯୋଗ ଦେଇ ଉପଭୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.