ରିଞ୍ଜାଠାରେ ମଞ୍ଚସ୍ଥ ହେଲା ପୌରାଣିକ ନାଟକ ‘ଶଶି ରେଖା ହରଣ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ରିଞ୍ଜା ଧରଣୀପଡା ଠାରେ ରବିବାର ରାତିରେ ପୌରାଣିକ ନାଟକ କଳାକାର ମାନଙ୍କ ଦ୍ବାରା ‘ଶଶି ରେଖା ହରଣ’ ନାଟକ ମଞ୍ଚସ୍ଥ ହୋଇଯାଇଛି। ଆୟୋଜିତ ନାଟକ ଅଭିମନ୍ୟୁ ରୂପରେ ପ୍ରଭାକର ଭୋଇ, ଶଶି ରେଖା – ସୁଧିର ଭୋଇ, ବଳରାମ ରାଜା-ହେମନ୍ତ ମାଝୀ, ଦୁର୍ଯ୍ୟୋଧନ ରାଜା-ରାମ ଚନ୍ଦ୍ର ଚୌଧୁରୀ, ଦୁଃଶାସନ – ନବୀନ କିଶୋର ସାହୁ, ନାରଦ-ଲୋଭାସ ଭୋଇ, ଘଟକକଚ-ଛଵିଲାଲ ସାହୁ, ମର୍ଜନ- ଫକିର ସାହୁ, ତର୍ଜନ-ସୁରେଷ ମାଝୀ, ଦୁତ-ଗୁରେଖ ମାଝୀ, ସଖି-ମଣ୍ଟୁ ମାଝୀ, ମାନଧାତା ମାଝୀ, ଗଜପତି ସାହୁ, ଅମର ମାଝୀ ପ୍ରମୁଖ କଳା ପ୍ରଦର୍ଶନ କରି ଥିଲେ। ବାଦ୍ୟ ବାଦନରେ ମନୋଜ ମାଝୀ, ସର୍ଜନ ମାଝୀ, କାଳିଆ ମାଝୀ, ରାମଧାରୀ ମାଝୀ, କେସିଓ ମାଷ୍ଟର ରାଧେଶ୍ୟାମ ସାହୁ, ସାଉଣ୍ଡ ସେଠାରେ ପଞ୍ଚୁ ସାହୁ, ଗ୍ରାମ ବାସୀ ସହଯୋଗ କରିଥିଲେ।ଏହି ନାଟକରେ ବହୁତ ଦର୍ଶକ ଦର୍ଶିକା ରହି ନାଟକକୁ ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.