ସନ୍ତାନଙ୍କ ମଙ୍ଗଳ ପାଇଁ ମା ତାରା ତାରିଣୀ ମନ୍ଦିରରେ ହଜାର ହଜାର ମହିଳା କଲେ ଲୁଗା ପୁଜା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଏହା ଚୈତ୍ର ମାସ ର ମଙ୍ଗଳ ବାର ଯାତ୍ରା ନୁହଁ, ଏହା ହେଉଛି ମାଘ ମାସ ମଙ୍ଗଳ ବାର ରେ ମା ତାରା ତାରିଣୀ ଙ୍କ ପୀଠରେ ହଜାର, ହଜାର ମହିଳାଙ୍କ ଲୁଗା ପୁଜା କରିବାର ଭିଡ଼, ଦୁଈ ଚକିଆ ଠାରୁ ଆରମ୍ଭ କରି ଅଟୋ, ଟ୍ରେକର, ୭୦୯ ଟ୍ରକ ଠାରୁ ବୋଲର, କାର, ବସ ଭଡା କରି ଗଞ୍ଜାମ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଳାର ମହିଳା ମାନେ ମାଙ୍କ ପୀଠକୁ ଆସି ଲୁଗା ସହିତ ବିଭିର୍ଣ୍ଣ ଭୋଗ ପୁଜା କରୁ ଥିବାର ଦେଖା ଯାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ଉପରେ ପୂଜାରୀ ଓ ଲୋକ ମାନଙ୍କ ଠାରୁ ଜଣା ପଡିଛି ଯେ ଜଣେ ଲୋକକୁ ମା ସ୍ୱପ୍ନା ଦେଶ ଦେଲେ ତୋର ଦୁଇଟି ଝିଅ ଅଛି ସେମାନଙ୍କ ମଙ୍ଗଳ ପାଇଁ ତୁ ଅନ୍ୟ ଘର ଲୋକଙ୍କ ଠାରୁ କିଛି ଟଙ୍କା ମାଗି ସେହି ପଇସାରେ ନିଜେ କିଛି ମିଶାଇ ଲୁଗା ସହ କିଛି ଭୋଗ ମୋପାଖରେ ପୁଜା କରିବୁ ଏବଂ ଏହି ଘଟଣା କୁ ସମସ୍ତ ଙ୍କୁ କହିବୁ ତେବେ ତୋ ଦୁଈ ଝିଅ ସହ ତୋର ପରିବାରର ମଙ୍ଗଳ ହେବ | ଏହି କଥା ଶୁଣି ମହିଳା ଜଣକ ସେହି ପରି ପୌଷ ମାସ ର ମଙ୍ଗଳ ବାରରେ ପୁଜାକରି ଏହି ବିଷୟରେ ସମସ୍ତଙ୍କୁ କହିବାରୁ ଏହି ଘଟଣା ଦ୍ରୁତ ଗତିରେ ସମସ୍ତ ମହିଳା ଙ୍କ ପାଖରେ ପହଞ୍ଚି ଗଲା , ଏବଂ ସେମାନେ ଦଳ, ଦଳ ହୋଉ ମା ତାରା ତାରିଣୀ ପୀଠକୁ ଆସି ତଳ ସିଂହଦ୍ୱାରେ ଏବଂ ପାହାଡ଼ ଉପରକୁ ଯାଇ ମାଙ୍କ ପାଖରେ ଲୁଗା ପୁଜା କରି ନିଜ ଦୁଈ ଝିଅ କିମ୍ବା ଗୋଟିଏ ଝିଅର ମଙ୍ଗଳ କାମନା କରି ମାଙ୍କ ଠାରେ ଶରଣ ପଶିଥିଲେ | ତେଣୁ ଏହି ମଙ୍ଗଳ ବାରରେ ପ୍ରାୟ ଏକ ଲକ୍ଷ ପର୍ଯ୍ୟନ୍ତ ମହିଳାଓ ପୁରୁଷ ଭକ୍ତ ଙ୍କ ସମାଗମ ହୋଇ ଥିବାର ଦେଖା ଦେଇଛି |

Udyog Nursery
Udyogi Nursery

ତେବେ କିଛି ମହିଳା ଭକ୍ତ ଏହା ମା ତାରା ତାରିଣୀ ଙ୍କ ଆପାର କରୁଣା ଓ ସ୍ୱପ୍ନା ଦେଶ କହୁଥିଲା ବେଳେ କିଛି ଧର୍ମ ଯାଜକ ଏହା ଏକ ଗୁଜବ ଓ ମନ ଗଢ଼ା କାହାଣୀ ବୋଲି କହୁଥିଲା ବେଳେ କିଛି ଚାହା ଖଟି, ପାନ ଦୋକାନ ଓ ହୋଟେଲରେ ଏହା କୌଣସି ଲୁଗା ଦୋକାନୀଙ୍କ ଚାଲ କିମ୍ବା ପୂଜକ ଙ୍କ ଅର୍ଥ ଉପାର୍ଜନ ର ମାଧ୍ୟମ ବୋଲି କହୁଛନ୍ତି | ତେବେ ସେ ଅନ୍ଧ ବିଶ୍ୱାସ କିମ୍ବା ବିଶ୍ୱାସ ଯାହାହେଉ ପ୍ରତିମଙ୍ଗଳ ବାରରେ ଏହା ବଢିବ ତେଣୁ ପୁରୁଷୋତ୍ତମପୁର ଥାନା ଷ୍ଟାଫ ଯେତିକି ସହଯୋଗ କରୁଛନ୍ତି ଆଉକିଛି ପୋଲିସ ଫୋର୍ସ ମୁତୟନ କଲେ ଯାତ୍ରୀ ମାନେ ସୁରୁଖୁରୁରେ ଭୋଗ କରି ନିଜ ଘରକୁ ଫେରି ପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.