ଜଙ୍ଗଲ ଭିତରୁ ଠାବ ହେଲା ନିଖୋଜ ବୃଦ୍ଧଙ୍କ ମୃତ ଦେହ

୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିସାରିଛି ମିଳୁନି ଶବ ବାହକ ଗାଡି

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅଧିନ ଉପର ଚବ୍ରି ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ସୁନା ମାଝୀ ଗତ ୯ ତାରିଖରୁ ଘରୁ ବାହାରି ଆଉ ଫେରିନଥିଲେ। ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇ ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। ଯାହାକୁ ନେଇ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ଲିଖିତ ଭାବେ ନିଖୋଜ ଅଭିଯୋଗ ଦେଇଥିଲେ। ଏହାପରେ ପୋଲିସ ଗାଁକୁ ପହଞ୍ଚି ତଦନ୍ତ ସ୍ବରୁପ ନିଖୋଜ ବୃଦ୍ଧର ସନ୍ଧାନରେ ଲାଗି ମଧ୍ୟ ପୋଲିସର ନଜରରେ ଆସିନଥିଲା। ପରେ ଗାଁ ଲୋକେ ଜଙ୍ଗଲରେ ଖୋଜିବାକୁ ଲାଗିଲେ। ୧୪ ତାରିଖ ଦିନ ନିକଟ ଦାମନ୍ ଜଙ୍ଗଲରେ ସୁନା ମାଝୀଙ୍କ ମୃତ ଦେହ ଦେଖି ଗାଁ ଲୋକେ ଉଦ୍ଧାର କରିବା ପରେ ପୋଲିସକୁ ଖବର ଦେଲେ। ମହୁଲ ପାଟଣା ପୋଲିସ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତର ଖାନା ପଠାଇବାକୁ ଚେଷ୍ଟା କରୁଥିବା ବେଳେ ଶବ ନେବା ପାଇଁ ଗାଡିର କୌଣସି ବ୍ୟବସ୍ଥା ହୋଇ ପାରୁନାହିଁ। ହେଲେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ସାରିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ପାଇଁ ଶବ ବାହକ ଗାଡିର ବ୍ୟବସ୍ଥା ହେଇପାରିନଥିବା ବିଡମ୍ବନାର ବିଷୟ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.