ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ଙ୍ଗରୀଗୁଡା ଠାରେ ଗୁରୁବାର ନବମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୁର୍ବରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା, ରିକ୍ସନା ପଧାନ, ଗୁକୁଲାନନ୍ଦ କଲାରୀ, ରୋସାଲିନି ପଟ୍ଟଯୋଶୀ, କୁଲମଣି ରୋତି, ଗୁଣନିଧି ବାଗ, ଋତୁରାଜ ଶବର, ଅଜୟ ସରାଫ, ରଞ୍ଜନ ଛତ୍ରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ। ଏହି ଅବସରରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ସ୍କୁଲରେ ବିତେଇ ଥିବା ଅନୁଭୂତି ଓ ଶିକ୍ଷକ ମାନେ ଦେଇଥିବା ସ୍ନେହ ଶ୍ରଦ୍ଧାକୁ ମନେ ପକେଇ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଭାବ ବିହ୍ଵଳ ହୋଇଥିଲେ। ସମସ୍ତ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳମୟ ହେବା ସହ ଏକ ସୁନାଗରିକ ହୋଇ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ଶିକ୍ଷକ ମାନେ ଆଶୀର୍ବାଦ ଓ ପ୍ରେରଣା ଦେଇଥିଲେ। ସଂସ୍କୃତ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ହିନ୍ଦୀ ଶିକ୍ଷକ ଗୋକୁଲାନନ୍ଦ କଲାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.