ଖଟଖଟିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: ଖଟଖଟିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସିଆରସିସି ଶଶାଙ୍କ ପୋଢ଼ଙ୍କ ତତ୍ୱାବଧାନରେ ଖଟଖଟିଆ ଉପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ବିଜୟଲକ୍ଷ୍ମୀ ଶଥପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଦୁର୍ଗାଚରଣ ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସିଆରସିସି ପ୍ରକାଶ ପୁରୋହିତ, ସମୀର ପ୍ରଧାନ ଓ ମଞ୍ଚ କଳାକାର ବାମନ ଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ। କ୍ଲଷ୍ଟର ୧୨ଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କୁଇଜ, ଡିବେଟ, ଚିତ୍ରାଙ୍କନ, ଗଳ୍ପ କଥନ, ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ରଂଜୁ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ନାଟ୍ୟକାର ହରିହର ପ୍ରଧାନ ଓ ମୁଖ୍ୟବକ୍ତା ଭାବେ ବୌଦ୍ଧ ଜିଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ରାଜୀବ ନାଏକ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟବାନ ବସ୍ତିଆ, ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର, କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ। ପ୍ରତ୍ୟେକ ବିଭାଗର ପ୍ରଥମ, ଦ୍ୱିତୀୟ ସ୍ଥାନୀୟ କୃତି ପ୍ରତିଯୋଗୀ ବ୍ଲକ ସ୍ତରକୁ ଭାଗ ନେବାର ସୂଚନା ରହିଛି। ଖଟଖଟିଆ କ୍ଲଷ୍ଟରର ଶିକ୍ଷକ ସୁରେନ୍ଦ୍ର କମ୍ପ, ଶୈଳେନ୍ଦ୍ର ବସ୍ତିଆ, ଜିତେନ ମହାନନ୍ଦ, ନୃପମଣୀ ମହାଳିକ, ଲକ୍ଷ୍ମୀରତ୍ନ ଲୁହା, ଦମୟନ୍ତୀ ମହାନ୍ତି, କୁମଦିନି ସାହାଣୀ, ବନିତା ମେହେର, ଦୀପ୍ତିମୟୀ ବୈଠାରୁ, ସୁରଜ ବିଶି, ବିରେନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ବିଚାରକ ଭାବେ ରହିଥିବା ବେଳେ ତ୍ରିଲୋଚନ ଡାଙ୍ଗ, ସ୍ନେହାପ୍ରଭା ମହାପାତ୍ର, ଆନନ୍ଦ କୁମ୍ଭାର, ଶରତ ଗରଡ଼ିଆ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ସୁଶୀଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.