ଶିବାନନ୍ଦ କୋଚିଙ୍ଗ ସେଣ୍ଟରରେ ମକର ପୁଜା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା ଶିବାନନ୍ଦ କୋଚିଙ୍ଗ ସେଣ୍ଟର ଳରେ ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ଆଜି ସକାଳେ ଶିକ୍ଷକ କେ ବାବୁ ରାଓଙ୍କ ତତ୍ବାବଧାନରେ ସମସ୍ତ ଛାତ୍ର, ଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ହନୁମାନ ଚାଳିଶା ଏଵଂ ମକର ଚାଉଳ ପ୍ରସ୍ତୁତି କରାଯାଇଥିଲା। ହନୁମାନ ଚାଳିଶା ସରିଲା ପରେ ଠାକୁରଙ୍କୁ ଆରତ୍ରୀ ଓ ପୁଷ୍ପାଞ୍ଜଳି ଦିଆ ଯାଇଥିଲା। ସମସ୍ତ ଛାତ୍ର, ଛାତ୍ରୀ ଏହି ମକର ପୁଜା ଉତ୍ସବ ସହିତ ସମସ୍ତ ଜନତା, ଛାତ୍ର ଛାତ୍ରୀଙ୍କ ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିଲେ। ଶେଷରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.