ପ୍ରଶାନ୍ତ ମେମୋରିଆଲ କ୍ରିକେଟ୍ କପ୍ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଶେରଗଡ଼ ଗାଁ ଠାରେ ପ୍ରଶାନ୍ତ ମେମୋରିଆଲ କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ସର୍ବମୋଟ ୧୬ ଗୋଟି ଦଳ ଯୋଗ ଦେଇଥିଲେ। ତୁଳା ଗାଁ ଓ ଉଫେର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଉଫେର ଦଳ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୧୨ ଓଭର ବିନିମୟରେ ସମସ୍ତ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲେ। ବିପକ୍ଷ ତୁଳାଗାଁ ଦଳ ୯.୪ ବଲରେ ସମସ୍ତ ୱିକେଟ ହରାଇ ୧୦୫ ରନ କରି ଧରାଶାୟୀ ହୋଇଥିବା ବେଳେ ଉଫେର ଦଳ ବିଜେତା ବାଜି ମାରିଥିଲା। ଉଦଯାପନୀ ଉତ୍ସବରେ ଅତିଥି ଭାବେ ଶେରଗଡ଼ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ଏବଂ ବରିଷ୍ଠ ସମାଜ ସେବୀ ଓ ପ୍ରଶାନ୍ତ ପଧାନଙ୍କ ବଡ ମାମୁଁ  ନରହରୀ ଭୋଇ ଯୋଗଦାନ ଦେଇ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ଉଦ୍ୟାପିତ ଦିବସରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ। ବହୁତ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ଶ୍ରୀଯୁକ୍ତ ମହାନ୍ତି କିପରି ଭାବରେ ସ୍ଥାୟୀ ଖେଳପଡିଆ ନିର୍ମାଣ ଓ ଉନ୍ନତିକରଣ ହେବ ସେନେଇ ନିଜ  ବକ୍ତବ୍ୟ ରଖିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.