ପାକେଲପଡା ଶ୍ରୀ ବିନାୟକ କ୍ଲବରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ବ୍ଲକ ଅଧିନସ୍ଥ ମୁଣିଙ୍ଗ ଗ୍ରାମ ପଞ୍ଚାୟତର ଶ୍ରୀ ବିନାୟକ କ୍ଲବରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ଆନନ୍ଦ ଉହ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । କ୍ଲବର ସଭାପତି ଯଶୋବନ୍ତ ଗହୀରଙ୍କ ନେତୃତ୍ୱରେ ୭୬ ତମ ସାଧାରଣ ତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ପାକେଲପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୀବନ ଚରଣ ନାଗ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ। ସମାଜ ସଂସ୍କାର କ୍ଷେତ୍ରରେ ଯୁବପିଢୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏଣୁ ଯୁବ ସମାଜ ଏକ୍ଷେତ୍ରରେ ଆଗେଇ ଆସି ଏକ ସୁସ୍ଥ, ନିଶାମୁକ୍ତ ଏବଂ ଅପରାଧ ମୁକ୍ତ ସମାଜ ଗଠନ ଦିଗରେ ସହାୟକ ହେବା ଏକାନ୍ତ ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।ଉପସଭାପତି ମେଘ ଗହୀର, ସାଧାରଣ ସମ୍ପାଦକ ଲକ୍ଷାପତି ଭୋଇ କୋଷାଧ୍ୟକ୍ଷ ସୁନୀଲ ବାଗ,ଯୁଗ୍ମ ସମ୍ପାଦକ ଚିରଞ୍ଜିବୀ ଗହୀର କ୍ରୀଡା ସମ୍ପାଦକ ରିଙ୍କୁ ଗହୀର, ଗଣମାଧ୍ୟମ ସମ୍ପାଦକ ସୁଶାନ୍ତ ବନଛୋର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଇତ୍ୟବସରରେ ସମାଜସେବୀ ଦିପ୍ତୀମୟୀ ସାହୁ, ଲିଲି କରୁଆଁ, ଭକ୍ତ ଗହୀର, ଭବାନୀ ବେହେରା, , ଗୁରୁରାମ ଗହୀର, ବିଦ୍ୟାଳୟର ସହକାରୀ ଶିକ୍ଷକ ବନମାଳି ବଗର୍ତ୍ତି ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ୭୬ ତମ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ମିଷ୍ଠାନ୍ନ ବଣ୍ଟନ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.