ଚିତ୍ତ ପଟ୍ଟନାୟଙ୍କ ଦେହାନ୍ତ: ନର୍ଲାରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଦେହେଲି ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ପରମ ଭକ୍ତ ଚିତ୍ତ ରଞ୍ଜନ ପଟ୍ଟନାୟକଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ପ୍ରାର୍ଥନା କରୁଥିବା ସମୟରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇ ଥିବା ସୂଚନାରୁ ଜଣା ପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ସେ ନର୍ଲା ସତସଙ୍ଗ କେନ୍ଦ୍ରର ସମ୍ପାଦକ ଭାବରେ ଦାୟୀତ୍ବ ତୁଲାଉଥିଲେ। ବଡ଼ି ସକାଳୁ ଠାକୁରଙ୍କ ପୁଜା ସାରି ପୋଷାକ ପିନ୍ଧିଥିବା ସମୟରେ ତାଙ୍କୁ ଅସ୍ବାଭାବିକ ଲାଗିବା ସହ ଖୁବ ଜୋର୍ ଝାଳ ବାହାରିଥିଲା।ସାଙ୍ଗେ ସାଙ୍ଗେ ସେ ଖଟରେ ବସିପଡ଼ି ଥିଲେ। ତାଙ୍କ ସହଧର୍ମିଣୀ ଓ ଦୁଇପୁଅ ପାଖକୁ ଆସିବା ବେଳକୁ ସବୁ ଶେଷ ହୋଇ ଯାଇଥିଲା। ତାଙ୍କ ବିୟୋଗରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ଲାଲ ମୋହନ ଦାସ, ଗୁରୁଭାଇ ସରୋଜ କୁମାର ଜେନା, ସନ୍ତୋଷ ଦାସ ପ୍ରମୂଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.