ଘୁନସର କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ):
ସଇଁନ୍ତଳା ବ୍ଲକ ଘୁନସର ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି | ମାଷ୍ଟର ଟ୍ରେନର ରେବତୀ ପନିଗିରି, ଲଷ୍ମୀପ୍ରିୟା ସାହୁ ତାଲିମ ପ୍ରଦାନ କରିଥିଲେ | କଲେଜ ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ଅଧ୍ୟକ୍ଷତା ଓ ପ୍ରୋଗ୍ରାମ କୋର୍ଡିନେଟର ଇଂରାଜୀ ଅଧ୍ୟାପକ ଅମିତାଭ କୁମାର ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବାଗ, ଓଡ଼ିଆ ଅଧ୍ୟାପକ ନିରାକାର ସାହୁ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତ ଗଠନରେ ମହିଳାଙ୍କ ଭୂମିକା ସମ୍ବନ୍ଧରେ ବୁଝାଇଥିଲେ | ଏହି ଅବସରରେ ତାଲିମପ୍ରାପ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା | କିରାଣୀ ଶତୃଘ୍ନ ଗହୀର, ଗ୍ରନ୍ଥାଗାରିକ ସରୋଜ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ | ଶେଷରେ ଅର୍ଥନୀତି ଅଧ୍ୟାପକ ନାରାୟଣ ବୁଡ଼େକ ଧନ୍ୟବାଦ ଅର୍ପଣ କରିଥିଲେ | ବିଷ୍ଣୁ ଭୋଇ, ନିରଞ୍ଜନ ରଣା, ସାଧୁ ରଣା ପ୍ରମୁଖ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.