ଏଡଭୋକେଟ ଅନ୍ ରେକର୍ଡ ହାସଲ କରି ସୁବର୍ଣ୍ଣପୁରର ଗୌରବ ବଢାଇଲେ ବିଶ୍ୱବାରା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟସଭାରେ ଭାରତର ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ରଖାଯାଇଥିବା ଉତ୍ତରରେ ୨୦,୧୩,୦୮୧ ଜଣ ପଞ୍ଜୀକୃତ ଆଇନଜିବୀ ଦେଶର ବିଭିନ୍ନ ନ୍ୟାୟାଳୟରେ କାର୍ଯ୍ୟରତ। ସବୁଠୁ ଆଶ୍ଚର୍ଯ୍ୟ କଥା ଭାରତର ସବୁଠୁ ଟପ୍ ଲେବେଲ ଏକ୍ସାମରେ ସେମାନଙ୍କ ମଧ୍ୟରୁ ୩୩୦୦ ଜଣ ସମ୍ମାନଜନକ AOR (ଏଡଭୋକେଟ୍ ଅନ୍ ରେକର୍ଡ) ହାସଲ କରିଛନ୍ତି। ଯାହାକି ମାନ୍ୟବର ସୁପ୍ରିମକୋର୍ଟ ମନୋନୀତ କରିଥିବା ଜଣାଯାଏ। ପ୍ରକାଶ ଥାଉ କି ଯେ, ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମ ଥର ଏକ ମାତ୍ର ଆଇନଜୀବୀ ଭାବରେ ଏହି ସମ୍ମାନଜନକ AOR ହାସଲ କରିଥିବା ଆଇନଜିବୀ ହେଉଛନ୍ତି କୁମାରୀ ବିଶ୍ୱବାରା ଦାଶ। ଯିଏକି ଉଚ୍ଚ ନ୍ୟାୟାଳୟ ଓଡ଼ିଶାର ଅବସର ପ୍ରାପ୍ତ ନ୍ୟାୟମୂର୍ତ୍ତି ଶ୍ରୀ ଚିତ୍ତ ରଞ୍ଜନ ଦାଶ ଓ ମାତା ନିବେଦିତା ଦାଶଙ୍କ ସୂପୁତ୍ରୀ ଅଟନ୍ତି। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ଆଶୀର୍ବାଦରୁ ଏ ସଫଳତା ମିଳିଥିବା ବିଷୟ ସୁଶ୍ରୀ ଦାଶ କହିଛନ୍ତି। ଏ ଖବର ପରେ ଆଇନଜିବୀ ବିଶ୍ବବାରା ଦାଶଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ତଥା ଓଡ଼ିଶା ର ବିଭିନ୍ନ ମହଲରୁ ଶୁଭେଛା ସୁଅ ଛୁଟୁଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.