ଘଣ୍ଟମାଳ ୟୁପି ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଢ଼ଙ୍ଗୀଙ୍କ ପିତା ବ୍ରଜ ମୋହନ ଷଢ଼ଙ୍ଗୀଙ୍କ ୮୬ ବର୍ଷ ବୟସରେ ଭବାନୀପାଟଣା ଇରିଗେସନ କଲୋନୀ ସ୍ଥିତ ନିଜ ଘରେ ଦେହାନ୍ତ ହୋଇଯାଇଅଛି। ସ୍ୱର୍ଗତ ଶ୍ରୀ ଷଢ଼ଙ୍ଗୀ କର୍ଲାମୁଣ୍ଡା ବ୍ଲକର ରୀଂଝା ଗ୍ରାମରେ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ସ୍ବାସ୍ଥ୍ୟ ବିଭାଗରେ ଚାକିରୀ କରୁଥିଲେ। ଅବସର ଗ୍ରହଣ ପରେ ଭବାନୀପାଟଣା ଇରିଗେସନ କଲୋନୀରେ ପୁଅ ମାନଙ୍କ ସହ ରହୁଥିଲେ। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପାଞ୍ଚ ପୁଅ ବୋହୂ, ଝିଅ ଯୋଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ସେ ଜଣେ ସ୍ନେହୀ, ପରୋପକାରୀ, ଧାର୍ମିକ ଓ ଅମାୟୀକ ବ୍ୟକ୍ତି ଥିଲେ। ଭବାନୀପାଟଣା ମଶାଣୀରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କ ବିୟୋଗରେ ଅଞ୍ଚଳ ବାସୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.