ବୁଢ଼ୀପଦର ହାଟରେ ନୂଆଖାଇର ବାସ୍ନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବର୍ଷକର ପ୍ରତିକ୍ଷା ପରେ ଗତାନୁଗତିକ ଭାବେ ଆସିଛି ନୂଆଖାଇ। ଏହି ଗଣପର୍ବକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ସମେତ ଓଡ଼ିଶାର ପଶ୍ଚିମାଞ୍ଚଳ। ଶନିବାର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ବୁଢ଼ୀପଦର ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଲୋକେ ହାଟରୁ ସଉଦା ପତ୍ର, କପଡ଼ା, ନୂଆ ହାଣ୍ଡି, ନୂଆ ଚୁଡ଼ା, କୁଲା, କୁକୁଡ଼ା ଆଦି କିଣିଥିଲେ। ନୂଆଖାଇ ବାସୀ ମନାଇବା ପାଇଁ ଛେଳି ଦରକାର। ତେଣୁ ଏହି ହାଟରେ ଛେଳି ମେଣ୍ଢା ବିକ୍ରୀ ମଧ୍ୟ ଜୋରଦାର ହୋଇଥିଲା। ଜନସାଧାରଣଙ୍କ ସୁବିଧା ପାଇଁ ବୁଧବାର ଅପରାହ୍ନରେ ବୁଢ଼ୀପଦରର ଦେବଗିରି ମଠ ସାମ୍ନାରେ ମଧ୍ୟ ହାଟ ବସିବ ବୋଲି ସ୍ଥିରିକୃତ ହୋଇଛି। ତେବେ ଭାଦ୍ରବ ମାସ ସାରା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହାଟ ମୁଖରିତ ହୋଇ ଉଠିଥାଏ। କାରଣ ଏଠାରେ ଶ୍ରାବଣ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଲୋକେ ପରମ୍ପରା, ଲୋକାଚାର ଓ କୂଳାଚାର ଅନୁସାରେ ଭାଦ୍ର ଶୁକ୍ଳ ପ୍ରତିପଦା, ଗଣେଶ ଚତୁର୍ଥୀ ସନ୍ଧ୍ୟା, ପଞ୍ଚମୀ, ସପ୍ତମୀ ଓ ଦଶମୀ ତିଥିରେ ନୂଆ ଖାଇଥାନ୍ତି।  ଏବେ ଜିଲ୍ଲାର ୧୩ଗୋଟି ବ୍ଲକର ଶତାଧିକ ହାଟରେ ମହକି ଯାଉଛି ନୂଆଖାଇର ବାସ୍ନା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.