ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ଠାରେ ପାଳିତ ହେଲା ଜାତୀୟ ମହାକାଶ ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ସ୍ଥିତ ଜୟଦୁର୍ଗା ହାଇସ୍କୁଲ ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ  ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଚନ୍ଦ୍ରୟନ- ୩ ର ସଫଳ ଅବତରଣ ଦିବସକୁ ମନେ ପକାଇବାକୁ ପ୍ରତିବର୍ଷ ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ରୂପେ ପାଳନ କରାଯାଏ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତର ମହାକାଶ ଅଭିଯାନ ସମ୍ପର୍କିତ କୁଇଜ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିପରି ଚନ୍ଦ୍ରଯାନ ତଥା ଇସ୍ରୋର ବିଭିନ୍ନ ମିଶନକୁ ଲୋକାଭିମୁଖୀ କରିବା ପାଇଁ ଆଲୋଚନା ମଧ୍ୟ କରାଯାଇଥିଲା। ଇସ୍ରୋର ସଫଳତାକୁ ସ୍ମରଣ କରି ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ଭାରତକୁ ବିଶ୍ୱ ମହାକାଶ ଗବେଷଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ମିଳିଛି ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ପ୍ରଧାନଶିକ୍ଷକ ବିଶ୍ବମ୍ବର ଭୋଇ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.