କୁମାରଗୁଡ଼ା ବୁଢାରଜା ୟୁଥ କ୍ଳବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ କୁମାରଗୁଡ଼ା ବୁଢ଼ାରଜା ୟୁଥ୍ କ୍ଳବର ଉଦ୍ୟମ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟିକରିଛି। ବୁଢ଼ାରଜା ୟୁଥ୍ କ୍ଲବର ସଦସ୍ୟ ମାନେ ଗାଁ ପରିବେଶ,ସୁସ୍ଥ ସମାଜ ଗଠନ ‌ ଦିଗରେ ଅଗ୍ରସର ହୋଇଛନ୍ତି। ବୁଢ଼ାରଜା ୟୁଥ କ୍ଳବ ପକ୍ଷରୁ ଅନେକ ନିରୀହ ଲୋକଙ୍କୁ ସହାୟତାର ହାତ ବଡେଇ ଆସୁଥିବା ବେଳେ ଆଜି ରୋଘାଗୁଡା ବସଷ୍ଟପ, ରାସ୍ତା କଡ଼ରେ ଥିବା ଆବର୍ଜନା ଓ ଅନାବନା ଗଛ କାଟି ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନବାନ ହେବା ସହ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ବୁଢାରଜା ୟୁଥ କ୍ଲବର ସଭାପତି ହରିଶ୍ଚନ୍ଦ୍ର ସାହୁ ଓ ସମ୍ପଦକ ରାଜେଶ ନାଏକଙ୍କ ନେତୃତ୍ବରେ ଏହି ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କ୍ଳବର ସଦସ୍ୟା ପିଣ୍ଟୁ ଲାଲସି, ରତିକାନ୍ତ, ସୁଦାମା ହରିଜନ, ସୁମିତ ନାଏକ, ଦୟାରମା ସାହୁ ପ୍ରମୁଖଙ୍କ ସମେତ କ୍ଲବ ର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ଆଗକୁ ପଞ୍ଚାୟତର ସମସ୍ତ ଗାଁରେ ଏଭଳି ସଚେତନା ବାର୍ତ୍ତା ଦେବା ସହ ପରିବେଶ ସୁରକ୍ଷା ଓ ସଫେଇ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.