ଜାତୀୟ ସାମାଜିକ ଆଇକନ୍ ସମ୍ମାନ-୨୦୨୫ରେ ସମ୍ମାନିତ ହେବେ ଯଶୋବନ୍ତ ରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ତିଳଯୋଡି ଗ୍ରାମର ଯଶୋବନ୍ତ ରଣା ସୋସିଆଗ୍ରାମ ଫାଉଣ୍ଡେସନ ଦ୍ୱାରା ଦେଶର ୧୫ ଜଣ ଯୁବ ପ୍ରତିଭାଙ୍କୁ ଦିଆ ଯାଉଥିବା ଜାତୀୟ ସାମାଜିକ ଆଇକନ୍ ସମ୍ମାନ -୨୦୨୫ ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରରେ, ଦେଶର ୧୫ ଜଣ ଯୁବ ସ୍ବେଛାସେବୀଙ୍କୁ ସମ୍ମାନିତ କରାଯିବ ଯେଉଁମାନେ ନିଜ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରିବେ। ଏହି ପୁରସ୍କାର ପାଇଁ ସାରା ଭାରତ ବର୍ଷ ରୁ ୨୩୦ ନାମାଙ୍କନ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ଯଶୋବନ୍ତ ରଣା ଙ୍କୁ ଓଡିଶା ରାଜ୍ୟ ରୁ ମନୋନୀତ କରାଯାଇଥିଲା। ଏହି ପୁରସ୍କାର ସମାରୋହ ଆସନ୍ତା ୨୯ ଅଗଷ୍ଟରେ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବ। ସମାଜସେବା, ପରିବେଶ ସୁରକ୍ଷା, ଶିକ୍ଷାରେ ସମାନ ସୁଯୋଗ ଏବଂ ଅବହେଳିତ ବର୍ଗର ବିକାଶ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଯଶୋବନ୍ତ ରଣା କହିଛନ୍ତି ଯେ ସେ ଖୁସି ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ସକ୍ରିୟତା ଦେଖାଇ ଅନେକ ଅଭିନବ ଅଭିଯାନ ସଫଳତାର ସହ ପରିଚାଳନା କରିଛନ୍ତି। ଏଥିରେ ସମାଜରେ ଅବହେଳିତ ଶିଶୁ, ଦିବ୍ୟାଙ୍ଗ, ସ୍ୱଚ୍ଛତା ଏବଂ ବୃକ୍ଷରୋପଣ ଅଭିଯାନ, ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ସଚେତନା ବିସ୍ତାର ଅନ୍ତର୍ଭୁକ୍ତ। ତାଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ଏବଂ ପରିବେଶ ସୁରକ୍ଷା ପାଇଁ ଅନେକ ସ୍ୱେଚ୍ଛାସେବୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଏହି ଅବସରରେ ଯଶୋବନ୍ତ ରଣା ତାଙ୍କ ପରିବାର, ବିଭିନ୍ନ ସମୟରେ ସହଯୋଗ କରୁଥିବା ସାଥି ଓ ଭୁବନ ହରି ପ୍ରଧାନଙ୍କୁ ଧନ୍ୟବାଦ ଜଣେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.