କୁନ୍ଦନପଦର ଡ୍ୟାମରୁ ମହିଳାଙ୍କ ମୃତଦେହ ଉଦ୍ଧାର 

ଓଡ଼ିଆ ବାର୍ତ୍ତା/ ‎ବିଷମକଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତର କୁନ୍ଦନ ପଦର ଡେମ୍ ରେ ଦେଖିବାକୁ ମିଳିଥିଲା ଏକ ଭାସିଯାଉଥିବା ଶବ। ଶବଟି ଭାସମାନ ଅବସ୍ଥାକୁ ଚାଲି ଆସିଥିବା ବେଳେ ଦୁର୍ଗୀ ପଞ୍ଚାୟତରେ ଥିବା ଭାଲେରି ହାଟକୁ ଯିବା ସମୟରେ ଲୋକମାନେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ସରପଞ୍ଚଙ୍କ ଜରିଆରେ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କିଛି ସମୟ ପରେ ପୋଲିସ୍ ପ୍ରଶାସନ ଓ ଅଂଗ୍ନିଶ୍ରମ୍ ବାହିନୀ ପହଞ୍ଜି ଶବକୁ ବାହାର କରିଥିଲେ। ଶବଟିକୁ ଚିହ୍ନଟ ହେବା ପରେ ଶତାଧିକ ଲୋକ ମାନଙ୍କ ଭିତରେ ଶୋକର ଛାୟା ଖେଳି ଯାଇଥିଲା। ମୂତକ ମହିଳା ଜଣକ ହେଲେ କବିତା କୁମ୍ବୁରିକା ବୟଷ ୨୦। ସ୍ବାମୀ ହେଉଛନ୍ତି ନୂଆ ପ୍ରାସ୍କା ଗ୍ରାମ ବଡ କାଚାପାଇ। ମୃତ୍ୟୁ ବରଣ କରିଥିବା  ମହିଳା ହେଉଛନ୍ତି କାଲପାଇ ଗ୍ରାମ ର ପିତା ଦାମୋଦର କୁମ୍ବୁରୀକା ଓ ମାତା ଉଷାବତୀ ଙ୍କ ସାନ ଝିଅ କବିତା। ବଡ ଭଉଣୀ କହିବା ଅନୁଯାୟୀ ସେ ଦୁଇ ଦିନ ହେଲା ନିଖୋଜ ଥିଲେ ଆଜି ପୋଲିସ୍ ପ୍ରଶାସନ ଓ ଅଗ୍ନିଶମ ବାହିନୀଙ୍କ ସହଯୋଗରେ ଶବ ବାହାର କରି ବ୍ୟବଛେଦ ପାଇଁ ବିଷମ କଟକ ପଠେଇଥିଲେ | ତେବେ ଆଗକୁ ‎ଦେଖିବାକୁ ରହିଲା ବ୍ୟବଛେଦର ରିପୋର୍ଟ କଣ ସୂଚନା ପ୍ରଦାନ କରୁଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.