ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ କର୍ଳାକୋଟ ନୂଆପଡାର ଆଦିବାସୀ ଝିଅ ବିଦୁ ନାଏକ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢ଼ିବା ପାଇଁ ବ୍ରହ୍ମପୁର ମେଡିକାଲରେ ନାମ ଲେଖେଇଛନ୍ତି। ସେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଆଜି ଜୟପାଟଣା ବ୍ଲକ ବିଜେଡି ତରଫରୁ ବ୍ଳକ ସଭାପତି ମିନକେତନ ପୁଝାରୀ ଏବଂ ଯୁବ ସଭାପତି ଅମ୍ବୁଜ କୁମାର ଧଙ୍ଗଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଥିଲେ। ଲାଞ୍ଜିଗଡ଼ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦିପ କୁମାର ଦିଶାରୀ ଭିଡିଓ କଲ୍ ମାଧ୍ୟମରେ ବିଦୁଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଉତ୍ତୋରୋତ୍ତର ଉନ୍ନତି କାମନା କରିଥିଲେ।





