ଭିତିଭୂମି ହୀନ ବିଦ୍ୟାଳୟ, ବିଲହିଡ଼ ଭରସାରେ ଛାତ୍ର ଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ କୁମ୍ଭାରସାହି ବିଦ୍ୟାଳୟକୁ ରାସ୍ତା ନ ଥିବାରୁ ଛାତ୍ର ଛାତ୍ରୀ ଓ ଶିକ୍ଷୟତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବିଲ ହୁଡ଼ା ପାଲଟିଛି ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କ ସାହା ଭରସା । ବିଲ ହୁଡାରେ ସେମାନେ ନିୟମିତ ଯାତାୟାତ କରୁଛନ୍ତି । କୁମ୍ଭାରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ୨୦୧୦ ମସିହାରେ ସ୍ଥାପିତ ହୋଇଛି । ବର୍ତ୍ତମାନ ଶିଶୁ ବାଟିକାଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇଜଣ ଶିକ୍ଷୟତ୍ରୀ ରହିଛନ୍ତି। ବିଦ୍ୟାଳୟଟି ପଥର ଚାଞ୍ଚଡା ଉପରେ ନିର୍ମିତ ହୋଇଥିବା ବେଳେ ପାଚେରୀ ନିର୍ମାଣ ନ ହୋଇ ବିଦ୍ୟାଳୟ ଚାରିପଟେ ତାର ବାଡ଼ ଏହାରି ଚାରିପଟେ ଚାଷ ଜମି ରହିଛି । ଖରା, ବର୍ଷା, ଶୀତ ସବୁବେଳେ ଚାଷ ଜମିର ହିଡ଼ ଦେଇ ଛାତ୍ର ଛାତ୍ରୀ ଓ ଶିକ୍ଷୟତ୍ରୀ ମାନେ ବହୁତ ଅସୁବିଧାରେ ଯାଉଥିବା ବେଳେ ବର୍ଷା ଦିନରେ ଉକ୍ତ ରାସ୍ତାରେ ଯିବା ବହୁ କଷ୍ଟକର ହୋଇପଡୁଛି । ବର୍ଷା ଓ ଶୀତ ଦିନରେ ବିଲରେ ପାଣି ଯାଉଥିବାରୁ ଛୋଟ ଛୋଟ ପିଲାମାନେ ଉକ୍ତ ରାସ୍ତାରେ ଯିବା ଆସିବା ବେଳେ କାଦୁଅ ରାସ୍ତାରେ ଗୋଡ଼ଖସି ତଳେ ପଡ଼ିଯାଉଥିବା ଗ୍ରାମବାସୀ ବିଡ଼ିଓଙ୍କ ପାଖରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଗାଈ ଗୋରୁଙ୍କ ଭୟରେ ଚାଷୀମାନେ ଚାରି ଆଡ଼େ ବାଡ଼ ପକାଇ କେବଳ ବିଦ୍ୟାଳୟକୁ ଯିବା ପାଇଁ ଡିଆଁ ବାଡ଼ କରିଛନ୍ତି । ଯାହା ଦ୍ୱାରା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ଦେଉଥିବା ଗ୍ରାମବାସୀ କହିଛନ୍ତି । ବିଦ୍ୟାଳୟକୁ ଯିବାକୁ ପକା ରାସ୍ତା ତିଆରି ନିମନ୍ତେ ଗ୍ରାମବାସୀ ଦାବୀ କରିଛନ୍ତି । ଏଠାରେ କଥା ରହୁଛି କି ବିନା ଭିତିଭୂମି ଅନୁସନ୍ଧାନରେ କିଭଳି ଭବେ ଉକ୍ତ ସ୍ଥାନରେ ବିଦ୍ୟାଳୟ ନିର୍ମାଣ କରାଗଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.