ଜୁନାଗଡ଼ରେ ଭାଜପା ପକ୍ଷରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଆଜି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ “ଏକ ପେଡ ମା କେ ନାମ “୨.୦ ଅଭିଯାନ ଆୟୋଜନ ହେଉଛି l ଚଳିତ ବର୍ଷ ଏହି ଅଭିଯାନ ରେ ରାଜ୍ୟରେ ମୋଟ ୭୫ ଲକ୍ଷ ଚାରlରୋପଣ କରିବା ପାଇଁ ଲକ୍ଷ ରଖାଯାଇଛି l ଏହି ଅବସରରେ ଜୁନାଗଡ଼ ରେ ସ୍ଥାନୀୟ ରାମସ୍ୱାମୀ ମନ୍ଦିର ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନଗର ସଭାପତି ବିକ୍ରାନ୍ତ ପଟ୍ଟନାୟକଙ୍କ ନେତୃତ୍ବ ରେ ହେଇଥିଲା l ସେଥିରେ ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ଆଇନଜୀବୀ ଶିଶିର ପଟ୍ଟନାୟକ, ସୁଧାଂଶୁ ବରାଡ଼, ଦୁଇ ପରିଷଦ ମଞ୍ଜୁଲତା ସେଠୀ, ମାଧବୀ ବାଗ, ବରିଷ୍ଠ କାର୍ଯ୍ୟକର୍ତା ସତ୍ୟନାରାୟଣ ପଣ୍ଡା,କୁବଳେଶ୍ୱର ପାଣିଗ୍ରାହୀ,କାଳିନ୍ଦ୍ରୀ ପାଣିଗ୍ରାହୀ,ଜିଲ୍ଲା ମଣ୍ଡଳ ପ୍ରତିନିଧି ଶିବରାମ ରାଉତ, ରଞ୍ଜନ ଜାଲ, ରଞ୍ଜନ ରାଉତ, ଗଣେଶ ଗହୀର, ଯୁବମୋର୍ଚ୍ଚା, ସୁରେଶ ବାଗ, ମାଇନୋରୋଟୀ ସଭାପତି ମହମ୍ମଦ ସରିଫ, ଦେବ ଦୁଲ୍ୟ ସମସ୍ତ କାର୍ଯ୍ୟକର୍ତା ଗଣ, ହାଇସ୍କୁଲ ର ସମସ୍ତ ଶିକ୍ଷକ, ଛାତ୍ର, ଛାତ୍ରୀ ବୃନ୍ଦ ଓ ଜୁନାଗଡ଼ ର ବନପାଳ କାଁହୁ ଚରଣ ତ୍ରିପାଠୀ ଓ ତାଙ୍କ ସହଯୋଗୀ ଓ ଜୁନାଗଡ଼ ର ଜନସାଧାରଣ ସମସ୍ତେ ମିଶି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.