ରୁପ୍ରାରୋଡ ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସରେ ବିଶ୍ବକର୍ମା ପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ବକର୍ମା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ। ବିଭିନ୍ନ ମଣ୍ଡପ ଓ ଶିଳ୍ପୀମାନଙ୍କ ଘରେ ପୂଜା ପାଉଛନ୍ତି ଦେବଶିଳ୍ପୀ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ବସ୍ତିର ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଠାରେ ଉତ୍ସାହ ଉଦ୍ଦୀପନା ସହ ବୁଧବାର ଦିନ ଆରମ୍ଭ ହୋଇଛି ବିଶ୍ବକର୍ମା ପୂଜା ଏହା ଶୁକ୍ରବାର ବିସର୍ଜନ ସହ ସମାପନ ହେବ। ରୁପ୍ରାରୋଡ ବିଶ୍ବକର୍ମା ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବରେ ଅଜିତ ପଧାନୀ ଦାଇତ୍ୱ ନିର୍ବାହ କରୁଛନ୍ତି। ପୂଜା ପରିଚାଳନାରେ କମିଟିର ସଭାପତି ବିହାରୀଲାଲ ଭୋଇ, ସମ୍ପାଦକ ହେମନ୍ତ କୁମାର ସାହୁଙ୍କ ସମେତ ଗୈାତମ ବାରିକ, ପ୍ରତାପ ବାରିକ, ସୁବାସ ଡାକୁଆ, ରମନ୍ତ ଖୁଣ୍ଟଲା, ସଞ୍ଜିବ ଗଉଡ, ଚକ୍ର ସାହୁ, ଅକ୍ଷୟ ସାହୁ, ଲିଙ୍ଗରାଜ ପଧାନ, ଭକ୍ତ ରଣା, ଖୁଜିତ ପୋଢ ଓ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।  ଅନ୍ୟପକ୍ଷରେ ରୁପ୍ରାରୋଡ ଡ୍ରାଇଭର ମହାସଂଘ ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବିଶ୍ଵକର୍ମା ପୂଜା ଚାଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.