ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମା ପାଇଁ ଗଛ ଟିଏ’ ୨.୦ କାର୍ଯ୍ୟକ୍ରମ ସ୍କୁଲର ପ୍ରଧାନଶିକ୍ଷକ ଟଙ୍କଧର ସାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଜାତୀୟ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ ଚାରା ରୋପଣ କରିଥିଲେ। ପରେ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ପି. ଇ.ଓ, ଏ. ଡି.ଇ.ଓ, ଏମ.ବି.କେ, ସି.ଆର.ପି, ଗାଁ ସାଥି ଆଦି ସମସ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ନିଜ ମାଁଙ୍କ ନାମରେ ଗ୍ରାମ ପଞ୍ଚାୟତ ଦ୍ୱାରା ଯୋଗାଇ ଦିଆଯାଇଥିବା ବୃକ୍ଷ ଗୁଡିକୁ ବିଦ୍ୟାଳୟ ପରିସରରେ ଲଗାଇଥିଲେ। ଏହି ଅବସରରେ ଏକ ଜନ ସଚେତନ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ସରିଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଯାତି କେଶରି ଭଞ୍ଜ ଏବଂ ଏଡିଇଓ ଧର୍ମରାଜ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ବାସୁଦେବ ବାଗ, କୁବେର ସାହୁ, ଧର୍ମେନ୍ଦ୍ର ଛତ୍ରିଆ, ଗାଁ ସାଥି ଲିଙ୍ଗରାଜ ଶବର ଓ କ୍ଷୀରସିନ୍ଧୁ ଶବର ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ।