ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଲିକୁପା ଠାରେ ସୁସ୍ଥ ନାରୀ ଶଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଆକାଂକ୍ଷା ମିଶ୍ରଙ୍କ ନେତୃତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଆଶୁତୋଷ ପ୍ରଧାନ, ଫାର୍ମାସିଷ୍ଟ ଧିରେନ୍ଦ୍ର ରାଉତ, ନର୍ସ କଳ୍ପନା ରାଉତ, ରାଜେଶ୍ବରୀ ଆଚାର୍ଯ୍ୟ, ସମାଜସେବୀ ଚିତ୍ର ସେନ ଶବର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ମହିଳାମାନେ ଉପସ୍ଥିତ ଥିଲେ।