ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ୟୁନିଟ -୨( ମହିଳା) ବିଭାଗର ପକ୍ଷରୁ ସେପ୍ଟେମ୍ୱର ୧୭ ତାରିଖ ଠାରୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ବୃକ୍ଷ ରୋପଣ ସ୍ଵତନ୍ତ୍ର ଶିବିର ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପିକା ସୁଶ୍ରୀ ସ୍ୱାଗତିକା ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଛି। ଆଜି ତଥା ପ୍ରଥମ ଦିନରେ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା ଅଧ୍ୟକ୍ଷତା କରିବା ସହ ମୁଖ୍ୟ ଅତିଥି ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମୁଖ୍ୟ ପରିଚାଳକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପୁରୁଷୋତ୍ତମପୁର ଶାଖା ରିବନ କାଟି ଏହି ସ୍ଵତନ୍ତ୍ର ଶିବିର କୁ ଉଦ୍ଘାଟନ କରିଥିଲେ।ଏଥିରେ ବରିଷ୍ଠ ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସଂଧ୍ୟାରାଣି ପାତ୍ର, ପ୍ରତିଷ୍ଠାନ ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ସେନାପତି ମଞ୍ଚାସିନ ଥିଲେ। ଏହି ଶିବିର ପ୍ରୋଗ୍ରାମ ଅଫିସର ସୁଶ୍ରୀ ସ୍ୱାଗତିକା ଦାଶ ସପ୍ତଦିନ ବ୍ୟାପି ବୃକ୍ଷ ରୋପଣ ସ୍ଵତନ୍ତ୍ର ଶିବିର ”ମା ପାଇଁ ଗଛଟିଏ” ବିଷୟ କାର୍ଯ୍ୟକ୍ରମ କୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ବୃକ୍ଷ ରୋପଣ ଉପକାରିତା ନେଇ ଉପସ୍ଥିତ ୫୦ ଜଣ ଏନ୍ଏସ୍ଏସ୍ -୨ ସ୍ଵେଚ୍ଛାସବୀ ଦର୍ଶାଇ ଥିଲେ।ଏହା ମହାବିଦ୍ୟାଳୟରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଥିଲା।ପ୍ରାରମ୍ଭିକ ସଙ୍ଗୀତ ସୁଶ୍ରୀ ବିଜୟଲକ୍ଷ୍ମୀ ଗାନ କରିଥିବା ବେଳେ ଜାତୀୟ ସେବା ଯୋଜନା ୟୁନିଟ୍ -୧ ପ୍ରୋଗ୍ରାମ ଅଫିସର ଶ୍ରୀ ସମୀର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।