ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କୁ ସକାଳ ୪ ଘଣ୍ଟା ବେଳେ ମାଡ଼ିବସିଲେ ଜୟପୁର ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ମାନେ । ତାହା ସହିତ ତାଙ୍କ ପୈତୃକ ଘର ସହ ୯ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି ରଖିଛନ୍ତି; ଯଥା ବାଲିଗୁଡା, ଦଶପଲ୍ଲା, ଦାରିଙ୍ଗବାଡି, କାଶୀପୁର ଓ ଶ୍ରୀ ସାହୁଙ୍କ ଶାଶୂଘରେ ମଧ୍ୟ ଚାଲିଛି ଚଢ଼ାଉ । ପ୍ରକାଶ ଥାଉ କି ଶ୍ରୀ ସାହୁଙ୍କ ବିରଧରେ ପୂର୍ବରୁ ବହୁ ଅଭିଯୋଗ ରହିଥିଲା । ବିଶେଷ କରି ସାହୁ ବାବୁ ଲେବର ମାନଙ୍କ ଟଙ୍କା କୁ ଭିନ୍ନ ଭିନ୍ନ ଶୈଳୀ ରେ ଆତ୍ମ ସାତ କରିଥିବା ସହ ନିଜ କର୍ମଚାରୀଙ୍କ ଉପରେ ବହୁତ ପ୍ରକାର ଅତ୍ୟାଚାର ବିଭିନ୍ନ ସମୟରେ ଦରମା ବନ୍ଦ କରିବା ସଙ୍ଗେ ଚାକିରୀ ଚାଲି ଯିବାର ଭୟ ଦେଖାଇ ସେମାନଙ୍କୁ ଭୟ ଭିତ କରାଉ ଥିବା କିଛି କର୍ମଚାରୀ ଅଭିଯୋଗ କରିଥିବା ବେଳେ ନିଜ ନାମକୁ ଗୋପନ ରଖିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ ।





