ଜଣେ ସୁଦକ୍ଷ ଶିଳ୍ପୀଙ୍କ ଦ୍ୱାରା ଜଗନ୍ନାଥ ରୂପରେ ବିଶ୍ଵକର୍ମାଙ୍କ ମୂର୍ତ୍ତି ନିର୍ମାଣ ଓ ପୂଜାର୍ଚ୍ଚନା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସବୁବେଳେ କିଛିନା କିଛି ନୂତନ ଧରଣର ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାରେ ରହି ଆସୁଛନ୍ତି ଯୁବ ଶିଳ୍ପୀ ଅରୁଣ କୁମାର ବାଡ଼ତ୍ୟା । ସେ ଯଉଗଡ଼ ର ପଥର କାରିଗରୀ ହେଉ କିମ୍ବା ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ସବୁବେଳେ ଲୋକଙ୍କ ହୃଦୟ ଜିଣି ଆସିଛନ୍ତି ଯୁବଶିଳ୍ପୀ | ସେ ଏବେ ତାଙ୍କର କଳାର ଯାଦୁ ଦେଖାଇ ଛନ୍ତି ଏକ ଭିନ୍ନ ମୂର୍ତ୍ତି ତିଆରି କରି | ବର୍ତ୍ତମାନ ଦେବଶିଳ୍ପୀ ବିଶ୍ଵକର୍ମାଙ୍କପୂଜା କରାଯାଉଥିଲା ବେଳେ ସେ ବିଶ୍ଵକର୍ମାଙ୍କୁ ଜଗନ୍ନାଥ ରୁପଦେଇ ଗଠନ କରିଛନ୍ତି | ତାଙ୍କରି କହିବା କଥା ବିଷ୍ଣୁ ସହସ୍ର ନାମରେ ଭଗବାନ ଙ୍କ ଅନ୍ୟ ନାମ ହେଉଛି ବିଶ୍ଵକର୍ମାବୋଲି କହିଛନ୍ତି ଅରୁଣ | ଭକ୍ତ ପ୍ରହଲାଦ ଙ୍କ ପରି ତାଙ୍କୁ ମଧ୍ୟ ଚାଳିଶ ବର୍ଷ ପରେ ପ୍ରଭୁଙ୍କ କିଂଚିତ କରୁଣା ପ୍ରାପ୍ତ ହୋଉଛି ଏବଂ ସେ ଯାହା କରୁଛନ୍ତି ଭଗବାନ ଙ୍କ ନିର୍ଦେଶ ରେ ବୋଲି ମତ ଦେଇଛନ୍ତି | ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପାଣ୍ଡୋର ଖୋଲି ଗ୍ରାମରେ ଅରୁଣ ଙ୍କ ଜନ୍ମ ସେ ପିଲାବେଳୁ ପିତାଙ୍କ ଅ୍ରେରଣା ପାଇ ଏହି ମୂର୍ତ୍ତି ରିଆରୀ କରୁଛନ୍ତି | ଅନୁରୂପ ମତ ଦେଇଛନ୍ତି ତାଙ୍କ ସହଯୋଗୀ କଳାକାର | ସେକହିଛନ୍ତି ଇନ୍ଦ୍ରଦୁମ୍ନ ଙ୍କ ସମୟରେ ଦାରୁ ମୂର୍ତ୍ତି ତିଆରି ପାଈଁ ନିଜେ ଭଗବାନ ବିଶ୍ଵକର୍ମା ରୂପ ହୋଉ ଆସି ମୂର୍ତ୍ତି ତିଆରି କରି ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ | ସବୁ ସ୍ଥାନରେ ନୂତନ ମୂର୍ତ୍ତି ଗଠନ କରି ଚର୍ଚାରେ ଯୁବଶିଳ୍ପୀ ଅରୁଣ | 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.