ନର୍ଲା ବ୍ଳକ୍ ଓ ତହସିଲ କାର୍ଯ୍ୟାଳୟ ଘେରାଉ କଲା ସିପିଆଇ ଏମଏଲ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଠାରେ ଶୁକ୍ରବାର ସିପିଆଇ (ଏମ୍ ଏଲ୍‌) ତରଫରୁ ନର୍ଲା ବ୍ଲକ୍ ଓ ତହସିଲ ଅଫିସ୍ ଘେରାଉ କରାଯାଇଛି । ସକାଳ ୧୦ ଘଣ୍ଟା ସମୟରେ ବେହେରାପାର୍ଟି ଠାରୁ ଜିଲ୍ଲା ସମ୍ପାଦକ କେଶବ ପଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ କର୍ମୀ ମାନେ ଆସି ପ୍ରଥମେ ତହସିଲ ଅଫିସ୍ ଘେରାଉ କରି ଦାବୀପତ୍ର ଦେବାପରେ ବ୍ଲକ୍ ଅଭିମୁଖେ ଯାଇଥିଲେ । ନର୍ଲା ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ, ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରିଛି ସିପିଆଇ ଏମ୍‌ଏଲ୍ ର ଜାଗ୍ରତ ସମିତି ଏବଂ ଚେତନା ନାରୀ ଜାଗରଣ ମଞ୍ଚ । ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ ସିପିଆଇ (ଏମ୍‌ଏଲ୍‌) ମହିଳା ଓ ପୁରୁଷ କର୍ମୀ ନର୍ଲା ବ୍ଲକ୍ ଓ ତହସିଲ ଅଫିସ୍ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କୁ ବିଡିଓ ଓ ତହସିଲଦାରଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନ କାରୀ। ଦୀର୍ଘ ବର୍ଷରୁ ଜଙ୍ଗଲ ଜମି ଗୁଡିକ ରେ ବସବାସ କରି ଆସୁଥିବା ପଦର ଗୁଡ଼ିକ ୧. ନର୍ଲା ବ୍ଲକ: – ଗ୍ରା.ପ:- ସେରଗଡ଼, ଗ୍ରାମ: ଲିମୁରସିଙ୍ଗା ନିକସ୍ଥତ ସିନାପଦର ର ୪୧ ଘର ପରିବାର, ଲିମୁରସିଙ୍ଗା ତଳପଡା ର ୧୦ ଘର ପରିବାର, ଗ୍ରା.ପ:-ବଡଧାରପୁର, ଗ୍ରାମ:ଧୂର୍କୁଟି ନିକଟସ୍ଥ ଟୁଟୁଙ୍ଗଝୁଲା ପଦର ର ୪୬ ଘର ପରିବାର । ଗ୍ରା.ପ: ନର୍ଲା ଗ୍ରାମ:ସମରକଟା ନିକଟସ୍ଥ ମୁଡିଙ୍ଗପଦର ର ୩୫ ଘର ପରିବାର | ଗ୍ରା.ପ:ଘଣ୍ଟମାଲ, ଗ୍ରାମ:ତିଳେଇମାଲ ୧୦ ଘର ପରିବାର ଗୁଡିକୁ ଆବାସ ଯୋଜନାରେ ସରକାରଙ୍କ ତରଫରୁ ଘର ମିଳୁଥିଲେ ମଧ୍ୟ ନିଜ ନାମରେ ପ୍ଲଟ ହୋଇପାରି ନଥିବାରୁ ଘର ତିଆରି କରି ପାରୁ ନାହାନ୍ତି। ଏଣୁ ଏଭଳି ଅନେକ ସମସ୍ୟା ନେଇ ଏକ ୭ ଦାଫାର ଦାବୀପତ୍ର ନର୍ଲା ଭିଡିଓ ବିପିନ ବିହାରୀ ଦୀପ ଓ ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛି (ସିପିଆଇଏମଏଲ)। ଦାବୀ ଗୁଡିକ ମଧ୍ୟରେ ୧- ଜଙ୍ଗଲ ଜମିରେ ବସବାସ କରି ରହିଆସୁଥିବା ପଦର (ଗାଁ) ଗୁଡିକର ଦାବିଦାର ମାନଙ୍କୁ ଜଙ୍ଗଲଜମି ସିରୋନାମା ଦେଇ ସେହି ମାନଙ୍କୁ ତାଙ୍କ ବସତି ସ୍ଥାନରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘର ତିଆରି କରିବା ପାଇଁ ପ୍ରଶାସନ ଅନୁମତି ଦେବା ଆମର ଦାବି । ୨.- ଜଙ୍ଗଲ ଜମିରେ ବସବାସ କରି ରହିଆସୁଥ‌ିବା ପଦର (ଗାଁ) ଗୁଡିକର ମୌଳିକ ଅଧିକାର ରୋଡ-ରାସ୍ତା,ପାନୀୟଜଳ,ସ୍କୁଲ,ମିନି ଅଙ୍ଗନୱାଡ଼ି କେନ୍ଦ୍ର ଯୋଗାଇଦେବା। ୩.- ଜଙ୍ଗଲ ଜମିରେ ବସବାସ କରି ରହିଆସୁଥିବା ପଦର (ଗାଁ) ଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବା। ୪.-ଜଙ୍ଗଲ ଜମିରେ ବସବାସ କରି ଚାଷବାସକରି ପରିବାର ବର୍ଗର ପ୍ରତିପୋଷଣ କରି ଆସୁଛନ୍ତି ଉକ୍ତ ପଦରବାସି ମାନଙ୍କୁ ଚାଷଋତୁ ସମୟରେ ଚାଷ କରିବାପାଇଁ ଚାଷ ଜମିରେ ଟ୍ରାକ୍ଟର ଲଗାଇ ଜମି ଜୋତିବାପାଇଁ ଅନୁମତି ଦେବା୬.ନର୍ଲା ପୁରୁଣା ଡାକ୍ତରଖାନା ରହିଥିବା ସ୍ଥାନରେ ହିଁ ନୂଆଁ କୋଠା ନିର୍ମାଣ କରାଯିବା| ୭: ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବୃଦ୍ଧ,ବୃଦ୍ଧା ଓ ବିଧବା ମାନଙ୍କୁ ଟ୩୦୦୦ ଙ୍କା ଭତ୍ତା ପ୍ରଦାନ କରାଯିବା ନେଇ ଦାବି ରଖାଯାଇଛି।ଯଦି ସରକାରଙ୍କ ତରଫରୁ ଏସବୁ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତାହେଲେ ସରକାର ଓ ପ୍ରଶାସନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଆନ୍ଦୋଳନକାରୀଙ୍କ ତରଫରୁ ଚେତାବନୀ ମଧ୍ୟ ଦିଆଯାଇଛି । ଏହି ଘେରାଉ କାର୍ଯ୍ୟକ୍ରମରେ ସିପିଆଇଏମ୍‌ଏଲ୍ ର ଜିଲ୍ଲା ସାଧାରଣ ସଂପାଦକ କେଶବ ପଧାନଙ୍କ ନେତୃତ୍ୱରେ ସହ ସଂପାଦକ ଦୟା ସାଗର ନାଏକ, ନର୍ଲା ବ୍ଲକ ସମ୍ପାଦକ ଫକୀର ଚରଣ କଣ୍ଡାଦୋରା, ବିଶ୍ୱନାଥପୁର ବ୍ଲକ ସମ୍ପାଦକ ଚନ୍ଦ୍ର ହରିଜନ, ମ.ରାମପୁର ବ୍ଲକ ସମ୍ପାଦକ ବିପିନ ନାଏକ, ବ୍ରାଞ୍ଚ କମିଟି ସମ୍ପାଦକ ବଲମ ଧରୁଆ, ପିଲି ମାଝୀ, ଢୁସା ମାଝୀ, ଖାଡିରାମ ଧରୁଆ, ପଦ୍ମନ ଦୋରା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.