ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ପୂର୍ବତଟ ରେଳବାଇ ସାଧାରଣ ପ୍ରବନ୍ଧକଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷତ କରି ରେଳ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଳାହାଣ୍ଡିର ଦୁଇଗୋଟି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ରୁପ୍ରାରୋଡ ଓ ନର୍ଲାରୋଡ ଠାରେ କୋଭିଡ -୧୯ ପୂର୍ବରୁ ରହଣୀ ରହିଥିବା ଓ କୋଭିଡ ଲକ ଡାଉନ୍ ପରଠୁଁ ରହଣୀ ବନ୍ଦ ହୋଇଯାଇଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ଉପରୋକ୍ତ ଦୁଇ ଷ୍ଟେସନରେ ପୁନଃ ରହଣୀ ପାଇଁ ସେ ସାଧାରଣ ପ୍ରବନ୍ଧକଙ୍କୁ ଅନୁରୋଧ କରିଥିଲେ। ଏହାସହ ରୁପ୍ରାରୋଡ ଓ ନର୍ଲାରୋଡ ରେଳବାଇ ଫାଟକ ଠାରେ ଓଭର ବ୍ରିଜ କିମ୍ବା ଅଣ୍ଡର ବ୍ରିଜ ଶୀଘ୍ର ତିଆରି ନିମନ୍ତେ ମଧ୍ୟ ଦାବି ପତ୍ର ପ୍ରଦାନ କରିଛନ୍ତି।





