ନର୍ଲାରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ -୨୦୨୫/୨୬

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ। ଜାତୀୟ ଖାଦ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ୨୦୨୫/୨୬ ର ପ୍ରଥମ ପର୍ଯ୍ୟାୟ ଏହି ସମୀକ୍ଷା ହୋଇଥିବା ବେଳେ ଏହାର ଅବଧି ଅକ୍ଟୋବର ପହିଲା ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ଯାଏଁ ଏଵଂ ଖାଦ୍ୟ ସୁରକ୍ଷା ଆଇନ ଅପ୍ରେଲ ପହିଲା ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ମଧ୍ୟରେ ସମ୍ପାଦିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ହୋଇଥିବା କାର୍ଯ୍ୟ ଗୁଡ଼ିକ ର ସମୀକ୍ଷା କରାଯାଉଥିଲା। ଏଥିରେ ଏଡିଓ ତନ୍ମୟ କୁମାର ଦରୱାନ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାଲି, ଏପିଓ ସୂର୍ଯ୍ୟମଣି ସେଠ, ସେକ୍ସନ ଅଫିସର ସୁଦର୍ଶନ ରାଉତ, ବିଏଫଓ ପ୍ରତୀକ ରଥ, ବିଏସଏ ଦିଲୀପ ଗଡତିଆ ପ୍ରମୁଖ ମଞ୍ଚାସୀନ ହୋଇ ମନରେଗା ଅଧୀନରେ ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ ଓ ବୃକ୍ଷରୋପଣ କାର୍ଯ୍ୟ ଗୁଡିକର ମାଷ୍ଟର ରୁଲ, ଶ୍ରମିକ ଉପସ୍ଥାନ ଓ କାର୍ଯ୍ୟ ଦିବସ ଗୁଡିକର ସମୀକ୍ଷା କରିଥିଲେ। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗ୍ରାମ ପଞ୍ଚାୟତ ଗୁଡିକର ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଇଓ ମାନେ ଗ୍ରାମ ପଞ୍ଚାୟତ ଅଧୀନ ରେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡିକର ତଥ୍ୟ ଉପସ୍ଥାପନ କରିଥିଲେ। ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଂକୁ ଏହାର ଦାୟୀତ୍ୱ ନ୍ୟସ୍ତ କରିଥିବାରୁ ଗୋଷ୍ଠୀର ମହିଳା ମାନେ ତଦାରଖ କରିଥିବା କାର୍ଯ୍ୟ ଗୁଡିକର ସ୍ଥିତି ବୟାନ କରିଥିଲେ। ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ରେ ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିଆରଏସ, ଯୋଗାଣ ସହାୟକ, ଏଡିଇଓ, ଲାଇନ ବିଭାଗର ଅଧିକାରୀ ଓ ତଦାରଖ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ। ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ସୁକାନ୍ତି ବିଶ୍ବାଳ, ସଂଯୁକ୍ତା ପାଣି, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହଶ୍ରାଂଶୁ ମିଶ୍ର, ଜଗଜୀବନ୍ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଯୋଗାଣ ସହାୟକ ମଥୁ ନାଏକ, ଟଙ୍କଧର ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.