ସର୍ବ ପୁରାତନ ଜନତା ରଙ୍ଗମଞ୍ଚକୁ ଇନଟାକ୍ ପକ୍ଷରୁ ଐତିହାସିକ ସାଂସ୍କୃତିକ ଅନୁଷ୍ଠାନର ମାନ୍ୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଟକ: କଟକ ବାଙ୍କାବଜାର ସ୍ଥିତ ସର୍ବ ପୁରାତନ ଜନତା ରଙ୍ଗମଞ୍ଚକୁ ଇନଟାକ୍ (INTAC – Indian National Trust Arts & Culture) ପକ୍ଷରୁ ଐତିହାସିକ ସାଂସ୍କୃତିକ ଅନୁଷ୍ଠାନର ମାନ୍ୟତା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଜନତା ରଙ୍ଗମଞ୍ଚ ପରିସରରେ ଐତିହ୍ୟ ମାନ୍ୟତା ଫଳକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ମେୟର ସୁବାସ ଚନ୍ଦ୍ର ସିଂ ଫଳକ ଉନ୍ମୋଚନ ଉଦଘାଟନ କରିଥିଲେ। ଆୟୋଜିତ ସଭାରେ ଜନତା ରଙ୍ଗମଞ୍ଚର କାର୍ଯ୍ୟକାରୀ ସଭାପତି ଦିପେନ ଘୋଷ ସଭାପତିତ୍ୱ କରିଥିଲେ। ସମ୍ପାଦକ ବିନୋଦ କୁମାର ବେହେରା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ ଓ ବାପୁ ଲେଙ୍କା ସଭା ସଂଯୋଜନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଅନିଲ ଧୀର୍ ଯୋଗଦାନ ଦେଇଥିବା ବେଳେ ଇନଟାକ୍ ପକ୍ଷରୁ ବିଶ୍ୱଜିତ ମହାନ୍ତି, ଦୀପକ ସାମନ୍ତରାୟ ଓ ସୁବାସ ରଥ ଉପସ୍ଥିତ ଥିଲେ। ଓଡ଼ିଶାର କଳାକାର ମାନଙ୍କ ଦ୍ୱାରା ସ୍ଥାପିତ ଓ ପରିଚାଳିତ ଏକମାତ୍ର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜନତା ରଙ୍ଗମଞ୍ଚ ପ୍ରଥମ ଥର ପାଇଁ ଐତିହ୍ୟ ମାନ୍ୟତା ପାଇବାର ସୌଭାଗ୍ୟ ଲାଭ କରିଛି। ଏହି ପରିପ୍ରେକ୍ଷୀରେ ଜନତା ରଙ୍ଗମଞ୍ଚ ପକ୍ଷରୁ ଇନଟାକ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ସହ ଧନ୍ୟବାଦ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଇନ୍ଦ୍ରଜିତ ଘୋଷ, ଶ୍ରୀକାନ୍ତ ଚୌଧୁରୀ, ଅନନ୍ତ ଦାସ, ଶିବାନୀ ପ୍ରସାଦ ମହାପାତ୍ର, ସୁକାନ୍ତ ମହାପାତ୍ର, ଅଶୋକ ମହାନ୍ତି, ସୁକାନ୍ତ କୁମାର ପଣ୍ଡାଙ୍କ ସହ ବହୁ କଳାକାର, ନାଟ୍ୟକାର, ଅଭିନେତା, ଅଭିନେତ୍ରୀ, ନାଟ୍ୟ ନିର୍ଦ୍ଧେଶକ, ଟେକ୍ନିସିଆନ ଏବଂ ମଞ୍ଚ ନାଟକରେ ରୁଚି ରଖିଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ବିନୋଦ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.