ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ରାମାନା କୁପୁଲି ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରର ଅବସ୍ଥା ଅତି ଦୟନୀୟ ଅବସ୍ଥାରେ ରହିଛି । ଗ୍ରାମବାସୀଙ୍କ କହିବା ମୁତାବକ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରାକା ରାମନା କୁପୁଲି ଗ୍ରାମ ସ୍କୁଲ ପରିସରରେ ନୂତନ ଅଙ୍ଗନୱାଡି କେନ୍ଦ୍ର ର ଗୃହ ନିର୍ମାଣ ପାଇଁ ୨୦୨୩ରେ ଶୁଭ ପକାଇ ଥିଲେ । ହେଲେ ସେଇ ଗୃହ ନିର୍ମାଣ କରିବା ପାଇଁ ଗୋଟିଏ ଦଳର ଦୁଇ ନେତାଙ୍କ ମଧ୍ୟରେ ଟଣା ଓଟରା ଲାଗିରହିଛି । ଫଳରେ ଆଜି ପର୍ଯ୍ୟନ୍ତ ଗୃହ ନିର୍ମାଣ ହୋଇପାରି ନ ଥିବାରୁ ପୁରୁଣା କେନ୍ଦ୍ରରେ କମଳ ମତି ଶିଶୁ ଶିକ୍ଷା ଗ୍ରହଣ କରୁଛନ୍ତି । ପୁରୁଣା କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଯାଇଛି ଏବଂ କାନ୍ଥ ଗୁଡ଼ିକ ଫାଟି ଆଁ କରି ଛାତ ଉପରୁ ପାଣି ମଧ୍ୟ ଖସୁଛି । ଫଳରେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଏଠାକାର କୋମଳ ମତି ଶିଶୁମାନେ । ଏଣୁ ତୁରନ୍ତ ଏଥିପ୍ରତି ରାୟଗଡ଼ା ଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନବ ଭାରତ ନିର୍ମାଣ ସେବା ପାର୍ଟିର ବିଧାୟକ ପ୍ରାଥିନୀ ଅନିତା ପିଡିକା ଦାବୀ କରିଛନ୍ତି ।





