କୋକସରା ବ୍ଲକ ପେନସନଗ୍ରାହୀ କଳାକାର ସଂଘର ନୂଆଁଖାଇ ଭେଟଘାଟ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗାଁ ସିର୍ଲିଗୁଡା ସ୍ଥିତ ଧାନମଣ୍ଡି ଠାରେ ଶନିବାର କୋକସରା ବ୍ଳକ ପେନସନଗ୍ରାହୀ କଳାକାର ମହାସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ସଭାପତି ଡମ୍ବରୁଧର ଖର୍ସେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଜିଲ୍ଳା ସମ୍ପାଦକ ତୀର୍ଥରାଜ ଦଳପତି, ଜିଲ୍ଳା ଉପସଭାପତି ମହେଶ୍ୱର ସରାପ, ବ୍ଲକ ଉପସଭାପତି ଗୋକୁଳ ପୁଞ୍ଜି, ସଂପାଦକ ଅର୍ଜୁନ ନାଏକ, ସହ ସମ୍ପାଦକ ଧ୍ୱଜ ମହାନନ୍ଦ, କୋଷାଧ୍ୟକ୍ଷ ମଣି ଶବର,ଜୋନ ସଭାପତି ଉପେନ୍ଦ୍ର ତେଣ୍ଡକାରୀ, ଜୋନ ସଂପାଦକ ଲଛମନ ନାୟକ, ଜୋନ କୋଷାଧ୍ୟକ୍ଷ ବିଜୟ ପ୍ରଧାନୀ, ଧର୍ମଗଡ ବ୍ଲକ ସଭାପତି ଅରକ୍ଷିତ ଭଏଁସାଲ, କ୍ଷିତୀଶ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ପଟ୍ଟଯୋଶୀ, ଚାପଧାରୀ ଗୋପାଳ, ଦିଲୀପ ଦାସ, ସନ୍ତୋଷ ସରାପ, ଧର୍ମରାଜ ହଂସ ପ୍ରମୁଖ ମଞ୍ଚାସିନ ରହି କଳାହାଣ୍ଡିର କଳା, ସଂସ୍କୃତି, ପରମ୍ପରା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। କଳାକାରଙ୍କ ହକ ଅଧିକାର, କଳାକାରଙ୍କ ସହାୟତା ରାଶି ବୃଦ୍ଧି, ଆକସ୍ମିକ ମୃତ୍ୟୁ ପାଇଁ ପରିବାର ବର୍ଗଙ୍କୁ ପାଞ୍ଚ ଲକ୍ଷ ଆର୍ଥିକ ସହାୟତା, ନୂତନ କଳାକାରଙ୍କୁ ପେନସନ ପ୍ରଦାନ ନିମନ୍ତେ ଏକ ପଞ୍ଚ ସୂତ୍ରୀ ଦାବିପତ୍ର ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ଜରିଆରେ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ହୀରାଲାଲ ନାଗ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଲେ ଘୁମୁରା, ବନାବାଡି, ପାଲା, ସମ୍ପ୍ରଦା ମାଧ୍ୟମରେ ନୂଆଁଖାଇ, କଳା, ସଂସ୍କୃତିକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା। ମଙ୍ଗଳୁ ଚରଣ ଭାଟି ଓ ଲୋକନାଥ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। କୋକସରା ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ କଳାକାର ମାନେ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.